Home Assembly ୧୯୧ ଟି ମେଗା ପ୍ରକଳ୍ପ ନିର୍ମାଣାଧିନ

୧୯୧ ଟି ମେଗା ପ୍ରକଳ୍ପ ନିର୍ମାଣାଧିନ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ମାତ୍ର ୧୬ଟି ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିଛି । ଅବଶିଷ୍ଟ ୧୯୧ଟି ମେଗା ପାନୀୟଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।

ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଉତ୍ତରରେ ଦର୍ଶାଇଛନ୍‍ତି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ୍‍ ୨୦୭ଟି ମେଗା ପାନୀୟଜଳଯୋଗାଣ ପ୍ରକଳ୍ପର ର୍ନିମାଣ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ସେଥିରୁ ମାତ୍ର ୧୬ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଅବଶିଷ୍ଟ ୧୯୧ ଟିପ୍ରକଳ୍ପର ନିର୍ମାଣାଧିନ ଅଛି । ଏହି ୨୦୭ ଟି ମେଗା ପାନୀୟଜଳ ପ୍ରକଳ୍ପ ମଧ୍ୟରୁ ୧୫୮ଟିର ନିର୍ମାଣ କାର୍ଯ୍ୟ ଚୁକ୍ତିନାମା ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ସରିପାରି ନାହିଁ ।

ସମ୍ପୂର୍ଣ୍ଣ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପ ମଧ୍ୟରେ ନୂଆପଡା ଜିଲ୍ଲାରେ ସର୍ବାଧିକ ୫ଟି ପ୍ରକଳ୍ପ ଥିବାବେଳେ କେନ୍ଦୁଝର, ଯାଜପୁର ଓ ଅନୁଗୁଳରେ ୨ଟି କରି ରହିଛି ଏବଂ ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, କଟକ ଓ ପୁରୀରେ ଗୋଟିଏ କରି ରହିଛି । ନିର୍ମାଣାଧିନ ୧୯୧ ପ୍ରକଳ୍ପ ମଧ୍ୟରେ ସର୍ବାଧିକ ୧୮ଟି ରାୟଗଡା ଜିଲ୍ଲାରେ ଥିବାବେଳେ ମୟୁରଭଞ୍ଚରେ ୧୪ଟି, ସୁନ୍ଦରଗଡରେ ୧୧ଟି, ମାଲକାନଗିରିରେ ୧୦ଟି ପ୍ରକଳ୍ପ ରହିଛି । ଅନ୍ୟ ସମସ୍ତ ଜିଲ୍ଲାରେ ଏହି ସଂଖ୍ୟା ଏକ ଅଙ୍କରେ ସୀମି ଅଛି ।

ଓଡିଶାରେ ମେଗା ପାନୀୟଜଳ ନିର୍ମାଣ କରୁଥିବା ପ୍ରକଳ୍ପ ମଧ୍ୟରେ ଏନ୍‍ସିସି, ଜୁବେରୀ, ଏଲଆଣ୍ଡଟି, ଜେଏମସି-ଜେଡବ୍ଲୁଏଲ୍‍, ବ୍ଲଷ୍ଟାର-ଏସଏମପିଏଲ୍‍, ବ୍ଲୁ ଷ୍ଟାର ଏସପିଏଲ୍‍, କେଇସି କାବେରୀ, ଏମଇଆଇଏଲ୍‍, ଲକ୍ଷ୍ମୀ ସିଭିଲ ଇନଫ୍ରା, ଭୋଲଟାଜ୍‍, ମଣ୍ଟେକାର୍ଲୋ ଅମୃତ, ଏମଇଆଇଏଲ୍‍, ଜିଭିପିଆର, ଏପିଆରଇ ଇନଫ୍ରାଷ୍ଟ୍ରକଚର, ଲେଜର ଜିସିକେସି, ସୂର୍ଯ୍ୟ ଇଣ୍ଟରନେସନାଲ ଆଦି ରହିଛନ୍ତି ।