Home Assembly ୧୧ ଜିଲ୍ଲାରେ ଥିଲା ମନ୍ଥା ପ୍ରଭାବ

୧୧ ଜିଲ୍ଲାରେ ଥିଲା ମନ୍ଥା ପ୍ରଭାବ

ଭୁବନେଶ୍ୱର : ବାତ୍ୟା ମନ୍ଥା ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋିଥିବାବେଳେ ଏହାର ପ୍ରଭାବରେ ୨୫୨୮ ହେକ୍ଟର ଚାଷଜମି ନଷ୍ଟ ହୋଇଛି ଏବଂ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ବାବଦକୁ ୩କୋଟି ୨୩ ଲକ୍ଷ ଟଙ୍କା ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ପ୍ରଦାନ କରାଯାଇଛି । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଏ ସଂକ୍ରାନ୍ତରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ବାତ୍ୟା ମନ୍ଥା ପ୍ରଭାବରେ ବାଲେଶ୍ୱର, ଗଜପତି, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ନବରଙ୍ଗପୁର, ପୁରୀ, ରାୟଗଡା ଓ ସମ୍ବଲପୁର ଜିଲ୍ଲା ପ୍ରଭାବିତ ହୋଇଥିଲା । ସାତଟି ଜିଲ୍ଲା ଯଥା ଗଜପତି, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ପୁରୀ, ରାୟଗଡା ଓ ସମ୍ବଲପୁରରେ ଚାଷବାସ ନଷ୍ଟ ହୋଇଥିଲା । ବାତ୍ୟା ମନ୍ଥା ପ୍ରଭାବରେ ୯୨୬୩ ହେକ୍ଟର ଚାଷଜମି ନଷ୍ଟ ହୋଇଥିବାବେଳେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିବା ଜମିର ପରିମାଣ ୨୫୨୮ ହେକ୍ଟର ରହିଛି । ଏହାପ୍ରଭାବରେ ସର୍ବାଧିକ ୧୨୬୨ ହେକ୍ଟର ଜଳସେଚିତ ଜମିରେ ଚାଷବାସ ନଷ୍ଟ ହୋଇଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।