ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ୧୬୮ଟି ଶିଳ୍ପସଂସ୍ଥା ରାଜ୍ୟ ସରକାରଙ୍କ ସହିତ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ୨୦୧୫ରୁ ୨୦୨୪ ମଧ୍ୟରେ ୨୩ଟି ଶିଳ୍ପ ସଂସ୍ଥା ରାଜିନାମା କରିଛନ୍ତି ।
ଶିଳ୍ପ ପ୍ରତିଷ୍ଠା ସଂକ୍ରାନ୍ତରେ ରାଜିନାମା ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ସମ୍ପଦ ଚନ୍ଦ୍ର ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ଯେ ୨୦୧୫ ରୁ ୨୦୨୩ ମଧ୍ୟରେ ଯେଉଁ ୨୫ଟି ସଂସ୍ଥା ସହିତ ବୁଝାମଣା ହୋଇଛି ସେଥି ମଧ୍ୟରେ ଜେଏସଡବ୍ଲୁ ଗ୍ରୁପ୍ର ୪୦ହଜାର କୋଟି ଟଙ୍କାର ବ୍ୟାଟେରୀ ପ୍ରକଳ୍ପ ଥିବାବେଳେ ୨୫ହଜାର କୋଟି ମୂଲ୍ୟର ଆଇଟି ପ୍ରକଳ୍ପ, ୨୩,୫୦୦ କୋଟି ମୂଲ୍ୟର ଗ୍ରିନ ଆମୋନିଆ ପ୍ରକଳ୍ପ ଓ ୩୦ହଜାର କୋଟି ଟଙ୍କାର ଅକ୍ଷୟଶକ୍ତି ପ୍ରକଳ୍ପ ରହିଛି ।
ଏହା ବ୍ୟତିତ ଉତ୍କର୍ଷ ଓଡିଶା ୨୦୨୫ରେ ବିଭିନ୍ନ ଶିଳ୍ପସଂସ୍ଥାମାନେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ୧୪୫ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଏଥି ନିମନ୍ତେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।