Home General ୧୦ବର୍ଷରେ ୪୩୧ ନକ୍ସଲଙ୍କ ଆତ୍ମସର୍ମପଣ

୧୦ବର୍ଷରେ ୪୩୧ ନକ୍ସଲଙ୍କ ଆତ୍ମସର୍ମପଣ

ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ୪୩୧ ଜଣ ନକ୍ସଲ ଓ ନକ୍ସଲ ସମର୍ଥକ ଆତ୍ମ ସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ସରକାରଙ୍କ ନୀତି ଅନୁଯାୟୀ ୨୨୪ଜଣ ମାଓବାଦୀଙ୍କୁ ଥଇଥାନ କରାଯାଇଛି ।

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖକରିଛନ୍ତି ଯେ ୨୦୧୨ ରୁ ୨୦୨୨ ବର୍ଷ ମଧ୍ୟରେ ମୋଟ୍‍ ୪୩୧ ଜଣ ନକ୍ସଲ, ମିଲିସିଆ, ନକ୍ସଲ ସମର୍ଥକ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ‘ଆତ୍ମ ସମର୍ପଣ ଏବଂ ପୁନର୍ବାସ ଯୋଜନା’ର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କ ମଧ୍ୟରୁ ୨୨୪ଜଣ ଯୋଗ୍ୟ ବିବେଚିତ ମାଓବାଦୀଙ୍କୁ ଥଇଥାନ ବାବଦରେ ମୋଟ୍‍ ୬କୋଟି ୭୩ଲକ୍ଷ ୬ହଜାର ଟଙ୍କା ବ୍ୟୟ କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ନକ୍ସଲ ମୁକାବିଲା ନିମନ୍ତେ ୫୫୭କୋଟି ୬୨ଲକ୍ଷ ୮୬ହଜାର ଟଙ୍କା ବ୍ୟୟ ହୋଇଛି । କେନ୍ଦ୍ରୀୟ ଯବାନଙ୍କ ଭତ୍ତା ଏହି ଖର୍ଚ୍ଚରେ ଅର୍ନ୍ତଭୁକ୍ତ ନଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)