ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧର ପୂର୍ଣ୍ଣ ଜଳଧାରଣ କ୍ଷମତା ଗତ ୪୩ ବର୍ଷ ମଧ୍ୟରେ ୨୭.୫୭ ପ୍ରତିଶତ କମିଛି । ବନ୍ଧର ଉପଯୋଗୀ ଜଳଧାରଣ କ୍ଷମତା ମଧ୍ୟ ୧୭.୧୬ ପ୍ରତିଶତ ହ୍ରାସ ପାଇଛି ।
ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତା ହ୍ରାସ ପାଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ୧୯୫୭ ମସିହାରେ ବନ୍ଧ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା ଓ ସେତେବେଳେ ଏହାର ଜଳଧାରଣ କ୍ଷମତା ପ୍ରାୟ ୬.୬୦ ନିୟୁତ ଏକର ଫୁଟ ଏବଂ ଉପଯୋଗୀ ଜଳଧାରଣ କ୍ଷମତା ପ୍ରାୟ ୪.୭୨ ନିୟୁତ ଏକର ଫୁଟ ଥିଲା ।
ତେବେ ୨୦୦୦ ମସିହା ଆକଳନ ଅନୁସାରେ ପୂଣ୍ଣଁ ଜଳଧାରଣ କ୍ଷମତା ୪.୭୮ ନିୟୁତ ଏକର ଫୁଟରେ ପହଞ୍ôଚଥିବା ବେଳେ ଉପଯୋଗୀ ଜଳଧାରଣ କ୍ଷମତା ପ୍ରାୟ ୩.୯୧ ନିୟୁତ ଏକର ଫୁଟ ହୋଇଛି । ତେବେ ନଦୀରେ ପଟୁ ଜମା ହେବା ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟାକୁ ପ୍ରତିହତ କରିବା ପାଇଁ ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ କରାଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । (ତଥ୍ୟ)