Home News in Odia ହାଡୁଆ ସେଚ ପ୍ରକଳ୍ପରୁ ପାଣି ଦିଅ

ହାଡୁଆ ସେଚ ପ୍ରକଳ୍ପରୁ ପାଣି ଦିଅ

ଭୁବନେଶ୍ୱର :  ବଡ଼ମ୍ୱା ନରସିଂହପୁର ଚାଷୀଙ୍କର ଆକାଂକ୍ଷିତ ହାଡୁଆ ମଧ୍ୟମ ସେଚ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟ ୨୦୨୪ରେ ନବୀନ ବାବୁଙ୍କ ଦ୍ୱାରା ଡ୍ୟାମ ଓ ଆନୁଷଙ୍ଗିକ ମୁଖ୍ୟ କାର୍ଯ୍ୟ ଲୋକାର୍ପିତ ହୋଇଥିଲା । ଏହାର ଭୂତଳ ଜଳବାହୀ କେନାଲ ସିଷ୍ଟମ୍ ଶୁଭାରମ୍ଭ କରିବା ସହିତ ୨୦୨୫ ମାର୍ଚ୍ଚ ସୁଦ୍ଧା ଚାଷୀଙ୍କୁ ଜଳ ପହଞ୍ଚିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗଲା ୨୦ ମାସରେ ଏଥିପାଇଁ ତ୍ୱରାନ୍ୱିତ ନିଷ୍ପତି ନନେବା ଯୋଗୁ ଅହେତୁକ ବିଳମ୍ୱ ହୋଇଛି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା କେନାଲ ବ୍ୟବସ୍ଥା ଓ ସଂଲଗ୍ନ ବିଦୁ୍ୟତ୍ ଉତ୍ପାଦନ ସମ୍ପୂର୍ଣ୍ଣ କରିବାକୁ ବରିଷ୍ଠ ବିଜେଡି ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର ଦାବି କରିଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି ଏହି ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ନବୀନ ସରକାର ନିଷ୍ପତି ନେବା ଓ ସୁପାରିସ କରିବା ପରେ ୨୦୦୧ ମାର୍ଚ୍ଚ ମାସରେ କେନ୍ଦ୍ରୀୟ ଜଳ ଆୟୋଗ, ଜଙ୍ଗଲ ପରିବେଶ ୧ମ ପର୍ଯ୍ୟାୟ ମଞ୍ଜୁରୀ, ପୁନର୍ବାସ ପାଇଁ ଜନଜାତି ବିଭାଗର ୨୦୦୪ରେ ମଞ୍ଜୁରୀ, ୨୦୦୭ରେ ଜଙ୍ଗଲ ଓ ପରିବେଶର ୨ୟ ପର୍ଯ୍ୟାୟ ଅନୁମୋଦନ ହାସଲ କରାଯାଇଥିଲା । ଏହି ପ୍ରକଳ୍ପର ଉଦଘୋଷଣ ସେତେବେଳର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନରସିଂହପୁର ଠାରେ କରାଯାଇ ତା’ର କାର୍ଯ୍ୟାଳୟ ଓ ଆନୁଷଙ୍ଗିକ ଭିତ୍ତିଭୂମିର ଶୁଭାରମ୍ଭ କରାଯାଇଥିଲା ।

ଏହାର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରୀ ମିଶ୍ରଙ୍କ ଉଦ୍ୟମରେ ଯୋଜନା କମିଶନ, ଯୋଜନା କମିଶନର ସୁପାରିଶ ଭିତ୍ତିରେ ଭାରତରେ ପ୍ରଥମ ଥର ପାଇଁ ମଧ୍ୟମ ସେଚ ପ୍ରକଳ୍ପକୁ ଗ୍ରାମୀଣ ଭିତ୍ତିଭୂମି ପାଣ୍ଠି ନାବାର୍ଡରେ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ମୂଳତଃ କରାଯାଇଥିବା ପ୍ରୋଜେକ୍ଟ ଡିଜାଇନ, ମୂଳ ବନ୍ଧର ସ୍ଥିତିକୁ ନେଇ ପରିବର୍ତ୍ତିତ ହେବା ଫଳରେ କଂକ୍ରିଟ ଡ୍ୟାମ ପାଇଁ ବୈଷୟିକ ନିଷ୍ପତି କରାଯାଇଥିଲା । ଆବଶ୍ୟକତା କାରଣରୁ ୨୦୧୫ରେ ନୂତନ ଡିଜାଇନ୍ର ୮୭ତମ ବୈଷୟିକ କମିଟି ବୈଠକରେ ଅନୁମୋଦିତ ହୋଇଥିଲା । କିନ୍ତୁ ଇତି ମଧ୍ୟରେ ୪୦୦ କୋଟି ଟଙ୍କା ବ୍ୟୟରେ ନରସିଂହପୁର ପାଇଁ ମେଗା ଲିଫ୍ଟ ସେଚ ବ୍ୟବସ୍ଥା ଯୋଗୁ ପ୍ରସ୍ତାବିତ ଆୟକଟ ସମ୍ପୂର୍ଣ୍ଣ ଉପଲବ୍ଧ ନହେବାରୁ ପ୍ରକଳ୍ପଟି ବନ୍ଦ ଅବସ୍ଥାରେ ପହଞ୍ଚିଥିଲା ।

୨୦୧୭ରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ପରିବର୍ଦ୍ଧିତ ବିକଳ୍ପ ଆୟକଟ ପାଇଁ ନିଷ୍ପତି ହୋଇ ୨୦୨୦ରେ ରାଜ୍ୟସ୍ତରୀୟ ୧୦୨ତମ ବୈଷୟିକ କମିଟିରେ ଏହା ୬୭୩ କୋଟି ଟଙ୍କାର ସମୁଦାୟ ପ୍ରକଳ୍ପରେ ପହଞ୍ଚି ଅନୁମୋଦିତ ହୋଇଥିଲା । ମୁଖ୍ୟ ଡ୍ୟାମ ସ୍ପିଲୱେ କାମ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇ ୨୦୨୪ରେ ପ୍ରାୟ ଶେଷ ପର୍ଯ୍ୟାୟକୁ ଆସିଥିଲା । ଭୂତଳ ଜଳବାହୀ କେନାଲ ସିଷ୍ଟମ୍ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୨୨୪ କୋଟି ଟଙ୍କା ମଞ୍ଜୁରୀ ପ୍ରାପ୍ତ ହୋଇଥିଲା ।

ଡ୍ୟାମ ଓ ମହାକାଳୀ ପୀଠକୁ ଯୋଡ଼ିବା ପାଇଁ ପ୍ରକଳ୍ପରୁ ପୂର୍ବରୁ ଦୁଇଟି ପୋଲ ଦିଆଯାଇଥିବା ବେଳେ ୨୦୨୪ରେ ନବୀନ ବାବୁ ବଡ଼ମ୍ୱା ଜନ ସଭାରେ ଏହାକୁ ଆଭାସୀ ମାଧ୍ୟମରେ ଆଉ ୩୦ କୋଟି ଟଙ୍କାର ସିଧାସଳଖ ରାସ୍ତା ଘୋଷଣା କରିଥିଲେ, ଯାହା ସଂପୂର୍ଣ୍ଣ ହୋଇଛି । କଂସେଇଲୋ ଠାରେ ବିସ୍ଥାପିତଙ୍କ ପାଇଁ ପୁନର୍ବାସ କଲୋନୀ ପ୍ରାୟ ପାଇଁ ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ବୋଲି କୁହାଯାଇଛି । ଏହି ପ୍ରକଳ୍ପର ପରିସରକୁ ଗଲାବର୍ଷ ୩ ସପ୍ତାହରୁ ଉଦ୍ଧ୍ୱର୍ ବନ୍ଦ ରଖିବା କାର୍ଯ୍ୟାନ୍ୱୟନ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ସଂପୂର୍ଣ୍ଣ ପ୍ରକଳ୍ପକୁ ବିଳମ୍ୱିତ ନକରି କାର୍ଯ୍ୟକାରୀ କରିବା ସହିତ ଭୂତଳ ଜଳବାହୀ କେନାଲର କାର୍ଯ୍ୟକ୍ରମରେ ପୂର୍ବ ପ୍ରକଳ୍ପିତ ଚାଷ ଅଞ୍ଚଳରେ ରବି ଚାଷ ପାଇଁ ଜଳ ଯୋଗାଣ ନିଶ୍ଚିନ୍ତ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।