Home Infrastructure ସ୍ୱରେଜ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ସ୍ୱରେଜ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ଜାଇକା ସାହାଯ୍ୟ ପ୍ରାପ୍ତ “ଓଡ଼ିଶା ସମ୍ମନ୍ୱିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ” ସଂପର୍କରେ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । କଟକ ଓ ଭୁବନେଶ୍ୱର ସହରର (ଏ.ଏସ୍‌. ଡ଼ି-୬), ସମ୍ବଲପୁର ଓ ରାଉରକେଲା ସହରରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ନିତ କରିବା ସହିତ ଖୁବ୍ ଶୀଘ୍ର ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦ୍ଦେର୍ଶ ଦେଇଛନ୍ତି ।

ସମୀକ୍ଷା ବିବରଣୀରୁ ପ୍ରକାଶ କଟକ ଓ ଭୁବନେଶ୍ୱରରେ ଆରମ୍ଭ କରାଯାଇଥିବା ଯଥାକ୍ରମେ ୩୫୭ କି.ମି. ଓ ୨୩୮ କି.ମି. ସ୍ୱେରେଜ ବ୍ୟବସ୍ଥା, ୧୦୦ ଏମ୍‌. ଏଲ.ଡ଼ି କ୍ଷମତା ସଂପନ୍ନ ୩ ଗୋଟି ଏସ୍‌.ଟି.ପି, ୫୬ ଗୋଟି ପମ୍ପିଙ୍ଗ ସେଂଟର, ୧୭.୯ କି.ମି. ଡ୍ରେନ ଓ ୭ ଟି ସ୍ଲୁସି ଗେଟ୍ କାର୍ଯ୍ୟ ପାୟ ୮୫ ପ୍ରତିଶତରୁ ଅଧିକ ସଂପୂର୍ଣ୍ଣ ହୋଇଥିବା ବେଳେ କଟକର ବକ୍ସ ଡ୍ରେନ କାର୍ଯ୍ୟ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଗେଇ ଚାଲିଛି ।

ଭୁବନେଶ୍ୱରରେ ହାତକୁ ନିଆଯାଇଥିବା ୨୩୮ କି.ମି. ସ୍ୱେରେଜ ପାଇପ ବିଛାଇବା କାର୍ଯ୍ୟରୁ ୨୧୦ କି.ମି, କଟକରେ ୩୫୭ କି.ମି. ମଧ୍ୟରୁ ୩୪୧ କି.ମି. ସଂପୂର୍ଣ୍ଣ ହୋଇଛି । ସି.ଡ଼ି.ଏ ରେ ଏସ୍‌.ଟି.ପି-୧ ଅନ୍ତର୍ଗତ ୩୬ ଏମ୍‌. ଏଲ.ଡ଼ି, ମତଗଜପୁରରେ ଏସ୍‌.ଟି.ପି-୨ ଅନ୍ତର୍ଗତ ୧୬ ଏମ୍‌. ଏଲ.ଡ଼ି, ଏସ୍‌.ଟି.ପି ଏବଂ ୩୬ ରୁ ୨୯ ଟି ପମ୍ପିଙ୍ଗ ଷ୍ଟେସନ୍ ପ୍ରତିଷ୍ଠା କରାଯାଇ ସାରିଲାଣି।

 ସେହିପରି ରାଉରକେଲା ସହରରେ ପ୍ରାୟ ୨୫୦ କୋଟି ଟଙ୍କା ଏବଂ ସମ୍ବଲପୁର ସହରରେ ୨୯୫ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ଉପରୁକ୍ତ ସମସ୍ତ କାର୍ଯ୍ୟ ଗୁଡ଼ିକୁ ତ୍ୱରାନିତ କରିବା ସହିତ ଯଥାଶିଘ୍ର ସଂପୂର୍ଣ କରିବାକୁ କହିଛନ୍ତି ।

ଲୋକସେବା ଭବନ ସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ଼ର୍ର ଯନ୍ତ୍ରୀମୁଖ୍ୟ ହାଡ଼ିବନ୍ଧୁ ବେହେରା, ମୁଖ୍ୟ ଯନ୍ତ୍ରୀ ବିନୋଦ କୁମାର ସାହୁ ଏବଂ ଓ.ଏସ୍‌.ଡ଼ି ବସନ୍ତ କୁମାର ପରିଡ଼ା ଉପସ୍ଥିତ ଥିଲେ ।