Home Infrastructure ସ୍ମାର୍ଟ ଏଲ୍ .ଇ. ଡ଼ି  ପାଇଁ ସରକାର ବଦ୍ଧ ପରିକର

ସ୍ମାର୍ଟ ଏଲ୍ .ଇ. ଡ଼ି  ପାଇଁ ସରକାର ବଦ୍ଧ ପରିକର

ଭୁବନେଶ୍ଵର : ରାଜ୍ୟର ସମସ୍ତ ପୌର ସଂସ୍ଥାରେ ସ୍ମାର୍ଟ ଏଲ୍ .ଇ. ଡ଼ି ରାସ୍ତା ଆଲୋକ ପ୍ରକଳ୍ପକାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ହୋଇଥିବାରୁ ନିଜର ପୂର୍ଣ୍ଣ ଦକ୍ଷତା ଓ ପାରଦର୍ଶିତା ସହ ବୈଦ୍ୟୁତିକ ଯନ୍ତ୍ରୀମାନେ ଦାୟିତ୍ଵ ତୁଲାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାତନନ୍ ।

ସ୍ମାର୍ଟ ଏଲ୍ .ଇ. ଡ଼ି ରାସ୍ତା ଆଲୋକ ପ୍ରକଳ୍ପ କାର୍ଯ୍ୟକାରିତା ତ୍ଵରାନ୍ନିତ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ  ବୈଦ୍ୟୁତିକ ଯନ୍ତ୍ରୀଙ୍କ ପ୍ରଶିକ୍ଷଣ କର୍ମଶାଳାଆଜି ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। କର୍ମଶାଳାକୁ ଉଦ୍‌ଘାଟନ କରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାତନନ୍ ପରିବର୍ତ୍ତିତ ପରିସ୍ଥିତିରେ ପ୍ରଯୁକ୍ତି କ୍ଷେତ୍ରରେ ଘଟୁଥିବା ନିରନ୍ତର ପରିବର୍ତ୍ତନ ସହ ତାଳ ଦେଇ ବୈଦ୍ୟୁତିକ ଯନ୍ତ୍ରୀ ମାନେ ନିଷ୍ଠାପର ରୂପେ କର୍ତ୍ତବ୍ୟ ସମ୍ପାଦନ କଲେ ବିଭାଗର ଲକ୍ଷ୍ୟ ଓ ‘ଫାଇଭ୍ ଟି’କାର୍ଯ୍ୟକ୍ରମର ଆଭିମୁଖ୍ୟ ପରିପୂରଣ ହୋଇପାରିବ ବୋଲି ଆହ୍ଵାନ ଦେଇଥିଲେ।

ରାଜ୍ୟର ସମସ୍ତ ପୌର ସଂସ୍ଥାରେ ସ୍ମାର୍ଟ ଏଲ୍ .ଇ. ଡ଼ି ରାସ୍ତା ଆଲୋକ ପ୍ରକଳ୍ପକାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ହୋଇଥିବାରୁ ନିଜର ପୂର୍ଣ୍ଣ ଦକ୍ଷତା ଓ ପାରଦର୍ଶିତା ସହ ବୈଦ୍ୟୁତିକ ଯନ୍ତ୍ରୀମାନେ ଦାୟିତ୍ଵ ତୁଲାଇବେ ବୋଲି ସେ ଆଶା ପ୍ରକାଶ କରିଥିଲେ। କୌଣସି ରାସ୍ତା ସ୍ମାର୍ଟ ଏଲ୍ .ଇ. ଡ଼ି ରାସ୍ତା ଆଲୋକ ବିନା ରହିବା ଉଚିତ୍  ନୁହେଁ ବୋଲି ଦୃଢ ମତ ଦେବା ସହ ବୈଦ୍ୟୁତିକ ଯନ୍ତ୍ରୀମାନେ ପ୍ରକଳ୍ପ କାର୍ଯ୍ୟକାରିତା ସମୟରେ କେବଳ ଯନ୍ତ୍ରୀ ନୁହେଁ ବରଂ ପରିଚାଳକ ଭୂମିକା ନିର୍ବାହ କରିବେ ବୋଲି ସେ ଗୁରୁତ୍ଵ ଦେଇଥିଲେ।

ଉତ୍କୃଷ୍ଟ ମାନର ସ୍ମାର୍ଟ ଏଲ୍ .ଇ. ଡ଼ି ରାସ୍ତା ଆଲୋକ ସରକାର ଯୋଗାଇଦେଇଥିବାରୁ ଏସବୁର ମାନରେ ସାଲିସ୍ ଦିଗରେ କୌଣସି ଅସାଧୁ ମେଣ୍ଟକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସତର୍କ କରାଇବା ସହ ନିୟମିତ ରୂପେ ମାସିକ ସମୀକ୍ଷା , ଅଭିଯୋଗ ସମାଧାନ ଓ କାର୍ଯ୍ୟକାରିତାର ମୂଲ୍ୟାୟନ କରାଯିବ ବୋଲି ସେ ସ୍ପଷ୍ଟ କରିଥିଲେ ।

ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ନିଜ ଅଭିଭାଷଣରେ କହିଥିଲେ ଯେ ସକାଳେ ପରିଷ୍କାର ରାସ୍ତା ଓ ସନ୍ଧ୍ୟାରେ ଉଜ୍ଜ୍ଵଳ ରାସ୍ତା ଆଲୋକ ଏକ ସମୁନ୍ନତ ସହରାଞ୍ଚଳର ପରିଚାଯକ। ତେଣୁ କୌଣସି ମାର୍ଗ ଅନ୍ଧକାରରେ ଯେପରି ନ ରହେ ତାହା ସୁନିଶ୍ଚିତ କରିବା ସହ ପୌର ସଂସ୍ଥା ଦ୍ଵାରା ପରିଚାଳିତ କଲ୍ୟାଣ ମଣ୍ଡପ ସମୂହରେ ଆଲୋକୀକରଣ ଏବଂ ପାର୍କ ମାନଙ୍କରେ ରଙ୍ଗୀନ ଏଲ୍ .ଇ. ଡ଼ି ଆଲୋକ ବ୍ୟବସ୍ଥା ମଧ୍ୟ ବୈଦ୍ୟୁତିକ ଯନ୍ତ୍ରୀ ମାନେ ନିଷ୍ଠାର ସହ ତଦାରଖ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ବିଭାଗୀୟ ଆର୍ଥିକ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ପରମାଣିକ ଏ ଦିଗରେ ଉପଲବ୍ଧ ପାଣ୍ଠି ଓ ବ୍ୟୟ ସମ୍ପର୍କରେ ଆଲୋକପାତ କରିବା ସହ ଯଥା ସମୟରେ ପ୍ରକଳ୍ପ ଅର୍ଥ ପ୍ରଦାନ ଉପରେଗୁରୁତ୍ଵ ଆରୋପ କରିଥିଲେ ।

କର୍ମଶାଳାରେ ଯୋଗ ଦେଇ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଶାରଦା ପ୍ରସାଦ ପଣ୍ଡାବୈଦ୍ୟୁତିକ ଯନ୍ତ୍ରୀମାନଙ୍କୁ କହିଥିଲେ ଯେ ଓଡ଼ିଶା ଭାରତର ଏକମାତ୍ର ରାଜ୍ୟ ଯେଉଁଠି ସମସ୍ତ ଚିରାଚରିତ ରାସ୍ତା ଆଲୋକକୁ ଏଲ୍ .ଇ. ଡ଼ି ଆଲୋକ ବ୍ୟବସ୍ଥାରେ ରୂପାନ୍ତରିତ କରାଯାଇଛି ଓ ଏଥିପାଇଁ ୫ ଲକ୍ଷ ଏଲ୍ .ଇ. ଡ଼ି ଆଲୋକ ଲଗାଯିବା ସହ ସମଗ୍ର ରାଜ୍ୟ ସ୍ତରରେପ୍ରକଳ୍ପ କାର୍ଯ୍ୟକାରିତାଅନୁଧ୍ୟାନ ଓ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରାଯାଇଛି। ଆବଶ୍ୟକତା ଦୃଷ୍ଟିରୁ ଯଥା ସମୟରେ ପ୍ରକଳ୍ପ ସମ୍ପର୍କିତ ରିପୋର୍ଟିଂ ଉପରେ ସେ ଗୁରୂତ୍ଵ ଦେଇଥିଲେ। ଏହି ପ୍ରଶିକ୍ଷଣ କର୍ମଶାଳାରେ ୧୭ ଜଣ ବୈଦ୍ୟୁତିକ ଯନ୍ତ୍ରୀ, ୧୧ ଜଣ ରକ୍ଷଣାବେକ୍ଷଣଓ ମୂଲ୍ୟାୟନ ବିଶେଷଜ୍ଞ ,ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠିର ରାଜ୍ୟ ପରିଚାଳନା ଟିମ୍  , କ୍ରୟ ବିଶେଷଜ୍ଞ ତଥା ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।