Home News in Odia ସ୍ଥିତି ପରଖିଲେ କେନ୍ଦ୍ରାଞ୍ଚଳ ଆଇଜି

ସ୍ଥିତି ପରଖିଲେ କେନ୍ଦ୍ରାଞ୍ଚଳ ଆଇଜି

ପୁରୀ : ଶ୍ରୀକ୍ଷେତ୍ରରେ ଏବେ ପଞ୍ଚୁକ ହେତୁ ପ୍ରବଳ ଗହଳି ଲାଗିରହିଛି। ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା କୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ଆଜି ଏଠାରେ ପହଁଚି ସମୀକ୍ଷା କରିଛନ୍ତି।

ଆସନ୍ତାକାଲି ସୋମବାର କାର୍ତିକ ପୂର୍ଣ୍ଣିମାରେ ପ୍ରବଳ ଭିଡ ପରିଲକ୍ଷିତ ନେଇ ଆଶା ରହିଥିବାରୁ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ନେଇ ସମୀକ୍ଷା କରୁଛନ୍ତି ପୋଲିସ ଆଇଜି। ପୁରୀ ଏସପି ବିଶାଳ ସିଂ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ । 

ଭିନ୍ନକ୍ଷମ, ବୟସ୍କ ଓ ହାବିଷ୍ୟାଳିଙ୍କ ଦର୍ଶନ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୫୦ ଜଣ ସ୍ବେଚ୍ଛାସେବୀ ପୋଲିସ କର୍ମଚାରୀ, ଯୁବଶକ୍ତି ଓ ଏନଜିଓଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଶ୍ରୀମନ୍ଦିର ସମେତ ପୁରୀ ସହରର ଅନ୍ୟାନ୍ୟ ପବିତ୍ର ପୁଷ୍କରିଣୀରେ, ସମୁଦ୍ରକୂଳ ଅଂଚଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭକ୍ତଙ୍କ ସୁରକ୍ଷା ଓ ସୁରକ୍ଷିତ ଦର୍ଶନ ପାଇଁ ୭ ଜଣ ଅତିରିକ୍ତ ଏସପି, ୨୦ ଜଣ ଡ଼ିଏସପି, ୩୨ ଜଣ ଇନ୍ସପେକ୍ଟର, ୧୩୨ ଜଣ ସବଇନ୍ସପେକ୍ଟର, ୨୪୦ ଜଣ ହାବିଲଦାର, ୪୩୨ ଜଣ ହୋମଗାର୍ଡ ଏହିଭଳି ମୋଟ ୫୦ ପ୍ଲାଟୁନ ପୋଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି ।