ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ରେ ଶୁକ୍ରବାର ଦିନ ହସ୍ପିଟାଲ ହୋରାଇଜନ୍ – ୨୦୨୫ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ୧୪ଟି ସ୍କୁଲ ଓ କଲେଜରୁ ଦଶମ ଶ୍ରେଣୀ ଓ ଯୁକ୍ତ ଦୁଇର ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଦକ୍ଷତା ଏକ କଳା । ବର୍ତମାନ ହସ୍ପିଟାଲିଟି ଟୁରିଜିମ୍ ଏକ ବଡ ବୃତିଗତ ସୁଯୋଗ ପାଲଟିଛି । ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ପେସା ଭାବେ ଚୟନ କଲେ ସେମାନେ ଉପକୃତ ହେବା ସହିତ ବୃତି କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିପାରିବେ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ସେହିପରି ଉନ୍ନତ ମାନର ଟେକ୍ନୋଲୋଜିର ବିକାଶ ହେବା ଫଳରେ ସ୍ୱାସ୍ଥ୍ୟ, ଶିକ୍ଷା ତଥା ହସ୍ପିଟାଲିଟି ଓ ଟୁରିଜିମ୍ କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ‘ଛପନ ଭୋଗ’ ର ପ୍ରତିଷ୍ଠାତା ଶ୍ରୀ ସତ୍ୟବ୍ରତ ମହାନ୍ତି ଯୋଗ ଦେଇ କହିଥିଲେ ଯେ ସାଧାରଣତଃ ଲୋକମାନେ ଏହି ବୃତିକୁ ଏତେ ଗୁରୁତ୍ୱ ଦେଉ ନଥିବା ବେଳେ ବର୍ତମାନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ବୃତି ପ୍ରତି ଆଗ୍ରହ ଦେଖାଦେଉଛି ବୋଲି ସେ କହିଥିଲେ ।
ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାର୍ଲେର ଡିଭିଜନାଲ ସେଲ୍ସ ମ୍ୟାନେଜର ଶ୍ରୀ ନରେନ୍ଦ୍ର ସିଂ ଓ ମୋନିନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ର ବିଜିନେସ୍ ଡେଭଲମେଂଟ ମ୍ୟାନେଜର (ଇଷ୍ଟ ଇଣ୍ଡିଆ) ଶ୍ରୀ ପାର୍ଥ ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ । ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ଦେବା ସହିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିଲେ ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଏସ୍ଏଚ୍ଏମ୍ର ଆସିଷ୍ଟାଂଟ ପ୍ରଫେସର ଓ ପ୍ରୋଗ୍ରାମ୍ କୋର୍ଡିନେଟର ଶ୍ରୀ ଶୁଭ୍ରାଂଶୁ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।