ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ ପଦାର୍ଥ ବିଜ୍ଞାନ ବିଭାଗ ଓ ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସର ମିଳିତ ଆନୁକୂଲ୍ୟରେ ଏକ ତ୍ରିଦିବସୀୟ ଆନ୍ତର୍ଜାତିକ ସମ୍ମିଳନୀ ନିକଟରେ ଆୟୋଜିତ ହୋଇଯାଇଛି । ଏହି ଆନ୍ତର୍ଜାତିକ ସମ୍ମିଳନୀର ଶୀର୍ଷକ ରହିଥିଲା ‘ସ୍ମାର୍ଟ ଆଣ୍ଡ ନୋବେଲ ମ୍ୟାଟେରିଆଲ୍ସ ଫର୍ ନେକ୍ସଟ ଜେନେରେସନ’ ।
ଏହି ଆନ୍ତର୍ଜାତିକ ସମ୍ମିଳନୀରେ ସମଗ୍ର ଭାରତ ବର୍ଷର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଆନ୍ତର୍ଜାତିକ ଗବେଷଣା ବିଭାଗର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ଦିନରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ ବିଜ୍ଞାନର ଯଥୋଚିତ ବ୍ୟବହାରରେ ସମଗ୍ର ବିଶ୍ୱକୁ ଏକ ନୂତନ ଦିଗଦର୍ଶନ ଦେବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଏହି ସମ୍ମିଳନୀରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପି.କେ. ସାହୁ, ସମ୍ମିଳନୀର ଚେୟାରମ୍ୟାନ ପ୍ରଫେସର ସୁଶାନ୍ତ କୁମାର କାମିଲା, କନ୍ଭେନର ପ୍ରଫେସର ଜ୍ୟୋତିର୍ମୟୀ ନନ୍ଦ ଏବଂ ଅର୍ଗାନାଇଜିଂ ସେକ୍ରେଟାରୀ ଡକ୍ଟର ସନ୍ତୋଷ କୁମାର ପରିଡ଼ା ଉପସ୍ଥିତ ଥିଲେ ।
ଏଥିରେ ମିଚିଗାନ୍ ଷ୍ଟେଟ ୟୁନିଭର୍ସିଟିର ପ୍ରଫେସର ଏସ୍.ଡି. ମହାନ୍ତି, ନାଇଜରର ପ୍ରଫେସର ଶୁଭଙ୍କର ବେଦାନ୍ତ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।
ଏହି ସମ୍ମିଳନୀର ଦ୍ୱିତୀୟ ଓ ତୃତୀୟ ଦିନରେ ଆଇଆଇଟି, ବିଏଚ୍ୟୁର ପ୍ରଫେସର ଅଖିଲେଶ ସିଂହ, ଆଇଆଇଟି ପାଟନାର ଡକ୍ଟର ମନୋରଞ୍ଜନ କର, ନାଇଜରର ପ୍ରଫେସର କାର୍ତିକେଶ୍ୱର ସେନାପତି, ୟୁନିଭର୍ସିଟି ଅଫ୍ ଜୋହନ୍ସବର୍ଗ ସାଉଥ ଆଫ୍ରିକାର ପ୍ରଫେସର କୌଶିକ ମଲ୍ଲିକ, ଆଇଆଇଟି ଭୁବନେଶ୍ୱରର ଡକ୍ଟର ସଚିଦାନନ୍ଦ ରଥ, ଜର୍ମାନୀର ଜୋହନ୍ସ ଗ୍ୱାଟେନର୍ବଗ ୟୁନିଭର୍ସିଟିର ପ୍ରଫେସର ହର୍ଶିତ ଅଗ୍ରୱାଲ, ୟୁଏଇ ୟୁଜିସିର ଡକ୍ଟର ଭି. ସାଠେ, ୟୁଜିସି, ଡିଏଇ ମୁ୍ମ୍ବାଇର ସେଂଟର ଡାଇରେକ୍ଟର ଡକ୍ଟର ପି.ଡି ବାବୁ, ୟୁଜିସି, ଡିଏଇ ଇନ୍ଦୋରର ସେଂଟର ଡାଇରେକ୍ଟର ଡକ୍ଟର ଆର. ଜେ. ଚୌଧୁରୀ, ଆଇଆଇଏମ୍ଟି, ସିଏସ୍ଆଇଆରର ଡକ୍ଟର ଏମ୍. କେ. ଦଳାଇ, ନର୍ଥ ଟେକ୍ସାସ୍, ଆମେରିକାର ପ୍ରଫେସର ବିଭୁତି ରାଉତ ଏବଂ ଏନ୍ଆଇଟି ପାଟନାର ଡକ୍ଟର ଦେବ କେ. ମହାତୋ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଭିଆରଆର ମେଦିଚେର୍ଲା, ପ୍ରଫେସର ଦିଲୀପ କୁମାର ମିଶ୍ର, ଡକ୍ଟର କମଳ ଲୋଚନ ମହାନ୍ତ, ପ୍ରଫେସର ସୁରେଶ କୁମାର ପାତ୍ର, ଡକ୍ଟର ରବିନାରାୟଣ ପଣ୍ଡା, ପ୍ରଫେସର ଶେଖର ଚନ୍ଦ୍ର ରାୟ, ପ୍ରଫେସର ନଚିକେତା ଶର୍ମା, ପ୍ରଫେସର ଆର. କେ. ପରିଡା, ଡକ୍ଟର ପ୍ରଜ୍ଞା ମହାନ୍ତି, ଡକ୍ଟର ରଞ୍ଜିତା ମହାପାତ୍ର, ଡକ୍ଟର ପ୍ରିୟମ୍ବଦା ନାୟକ, ଡକ୍ଟର ଦେବାଶିଷ ପଣ୍ଡା ଏବଂ ଡକ୍ଟର ସୁଧାଂଶୁ ଶେଖର ହୋତା ଓ ବିଭିନ୍ନ ବିଭାଗର ପ୍ରଫେସରମାନେ ଯୋଗଦାନ କରି ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ ।

