Home Assembly ସେମିକଣ୍ଡକ୍ଟର ପାଇଁ ତିନି ସଂସ୍ଥାକୁ ସବୁଜ ସଙ୍କେତ

ସେମିକଣ୍ଡକ୍ଟର ପାଇଁ ତିନି ସଂସ୍ଥାକୁ ସବୁଜ ସଙ୍କେତ

ଭୁବନେଶ୍ୱର : ଓଡିଶା ସରକାର ନିଜର “ଓଡିଶା ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଫ୍ୟାବଲସ ନୀତି’ ଦ୍ୱାରା ରାଜ୍ୟକୁ ସେମିକଣ୍ଡକ୍ଟର ହବ୍‍ରେ ପରିଣତ କରିବାପାଇଁ ଏକ ରଣନୈତିକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୩ଟି କମ୍ପାନୀକୁ ଓଡିଶାରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦିଆଯାଇଛି ।

ରାଜ୍ୟରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସରକାରୀ ମଞ୍ଜୁରୀ ପାଇଥିବା ସଂସ୍ଥା ମଧ୍ୟରେ ରହିଛି ସିସ୍‍ସେମ୍‍ ପ୍ରାଇଭେଟ ଲିମିଟେଡ । ଏହି ସଂସ୍ଥା ରାଜ୍ୟରେ ପ୍ରାୟ ୨୦୬୭ କୋଟି ଟଙ୍କା ବିନିଯୋଗ କରିବ ଏବଂ ଏଥିରେ ସିଧାସଳଖ ୧୦୦୦ ଜଣ କର୍ମସଂସ୍ଥାନ ପାଇବେ । ସେହିଭଳି ୩ଜିଡିଏସ୍‍କୁ ଅନୁମତି ମିଳିଥିବାବେଳେ ଏହି ସଂସ୍ଥା ୧୯୪୪ କୋଟି ଟଙ୍କା ଖଟାଇବ ଏବଂ ଏଥିରେ ସିଧାସଳଖ ୫୦୦ ଲୋକ ନିଯୁକ୍ତି ପାଇବେ । ସେହିଭଳି ଆରଆଇଆର ପାୱାର ଇଲେକଟ୍ରୋନିକ୍ସ ସଂସ୍ଥାକୁ ଓଡିଶା ସରକାର ସବୁଜ ସ୍େ‍ଙ୍କତ ଦେଇଛନ୍ତି । ଏହି ସଂସ୍ଥା ୬୧୮ କୋଟି ଟଙ୍କା ଖଟାଇବାକୁ ଥିବାବେଳେ ଏଥିରେ ସିଧାସଳଖ ୫୦୦ ଜଣ ନିଯୁକ୍ତି ପାଇପାରିବେ ।

ମନ୍ତ୍ରୀ କହିଛନ୍ତି ଯେ ନୂତନ ନୀତି ବୃହତ୍‍ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବାପାଇଁ ପୁଞ୍ଜି ସବସିଡ୍‍ ଏବଂ ଟିକସ ପରିଶୋଧ ସମେତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥାଏ । ଏହାର ପରିପୂରକ ହେଉଛି ଓ-ଚିପ୍‍ କାର୍ଯ୍ୟକ୍ରମ, ଯାହା ଷ୍ଟାର୍ଟଅପ୍‍ ଏବଂ କମ୍ପାନୀଗୁଡିକୁ ଅତ୍ୟାବଶ୍ୟକ ଭିତ୍ତିଭୂମି ପ୍ରଦାନ କରି ଫେବ୍ଲେସ ଡିଜିଇନ୍‍ ଇକୋସିଷ୍ଟମକୁ ସମର୍ଥନ କରିବାପାଇଁ ଏକ ଉତ୍ସର୍ଗୀକୃତ ପଦକ୍ଷେପ ।