Home Election ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ

ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ରାଜ୍ୟର ଗୋଟିଏ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ।

ରାଜ୍ୟସଭା ନିର୍ବାଚନ ପାଇଁ ଆନୁଷ୍ଠାନିକ ବିଜ୍ଞପ୍ତି ଅଗଷ୍ଟ ୧୪ରେ ପ୍ରକାଶ ପାଇବ ଏବଂ ନିର୍ବାଚନ କାଗଜପତ୍ର ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ରହିଛି ବୋଲି ଆୟୋଗ କହିଛନ୍ତି।

ଅଗଷ୍ଟ ୨୨ ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ଅଗଷ୍ଟ ୨୭ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ସେପ୍ଟେମ୍ବର ୩ତାରିଖରେ ପ୍ରତ୍ୟେକ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ଏବଂ ସେହିଦିନ ଫଳାଫଳ ପ୍ରକାଶ ପାଇବ।

ବିଜ୍ଞପ୍ତି ଅନୁଯାୟୀ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ।

୨୦୨୪ ଜୁଲାଇ ୩୧ରେ ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଥିଲା। ୨୦୨୬ ଏପ୍ରିଲରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା।

ରାଜ୍ୟସଭା ସାଂସଦ ଓ ବିଜେଡିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେବା ପରେ ଶ୍ରୀ ମହାନ୍ତ ବିଜେପିରେ ଯୋଗ ଦେଇଥିଲେ। ଏବେ ତାଙ୍କୁ ପୁଣି ଥରେ ବିଜେପି ସଂସଦର ଉଚ୍ଚ ସଦନ ପାଇଁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଛି।

ଓଡ଼ିଶାର ଗୋଟିଏ ସମେତ ୯ଟି ରାଜ୍ୟର ଖାଲି ପଡ଼ିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ସର୍ବାନନ୍ଦ ସୋନୋୱାଲ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ବର୍ତ୍ତମାନର ସଦସ୍ୟମାନେ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ରାଜ୍ୟସଭାର ୧୦ଟି ଆସନ ଖାଲି ପଡ଼ିଥିଲା।