ଭୁବନେଶ୍ଵର : ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରେ ରହୁଥିବା ରୋନକ ଅଗ୍ରୱାଲ ଆଜି ଅପରାହ୍ନ ପଟିଆସ୍ଥିତ କିସ୍ନା ଜୁଏଲାରୀରୁ ଏକ ଲକି ଡ୍ର’ରେ ମାରୁତୀ ସେଲେରିଓ କାର ଜିତିଥିବା ନେଇ ଫୋନ୍ ପାଇବାରୁ ନିଜ କାନକୁ ବିଶ୍ୱାସ କରିପାରିନଥିଲେ।
ସେ କହିଛନ୍ତି, “ମୁଁ ଆଜି ନିଜକୁ ଭାଗ୍ୟବାନ ମନେ କରୁଛି। ମୁଁ ଯେଉଁଠି ବି କିଣାକିଣି କରିବାକୁ ଯାଉଥିଲି, ମୋ ସ୍ୱାମୀଙ୍କ ସହ ହେଉ କିମ୍ବା ଏକୁଟିଆ, ମୁଁ ଲକି ଡ୍ର କୁପନ୍ ପୂରଣ କରୁଥିଲି କିନ୍ତୁ କେବେ ବି ପୁରସ୍କାର ପାଇନଥିଲି। ସେଥିପାଇଁ ମୁଁ ଏକ କାର୍ ଜିତିଛି ବୋଲି ବିଶ୍ୱାସ କରିବାକୁ ମୋତେ କିଛି ସମୟ ଲାଗିଲା । ମୁଁ ତୁରନ୍ତ ଚଣ୍ଡିଗଡ଼ ଯାଇଥିବା ମୋ ସ୍ୱାମୀଙ୍କୁ ଜଣାଇଥିଲି ଏବଂ ସେ ମଧ୍ୟ ସମାନ ଭାବରେ ଉତ୍ସାହିତ ଥିଲେ ବୋଲି କାର୍ ବିଜେତା ଶ୍ରୀମତୀ ଅଗ୍ରୱାଲ କହିଛନ୍ତି।
ଭୁବନେଶ୍ୱରର ଅଗ୍ରଣୀ ଗହଣା ବ୍ରାଣ୍ଡ୍ କିସ୍ନା ଜୁଏଲାରୀର ମାଲିକ ଅମିତ ଅଗ୍ରୱାଲଙ୍କ ଠାରୁ ପତ୍ନୀ ରୋନକଙ୍କୁ କାର୍ ନେଉଥିବା ଦେଖି ତାଙ୍କ ସ୍ୱାମୀ କୁନାଲ ଅଗ୍ରୱାଲଙ୍କ ଆଖିରେ ବି ଲୁହ ଆସିଯାଇଥିଲା । ପୁରସ୍କାର ମିଳିବା ପରେ ଏହି ଦମ୍ପତି ଲଙ୍ଗ ଡ୍ରାଇଭ୍ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି।
ଆଉ ଜଣେ ଗ୍ରାହକ ଶ୍ରୀ ଆଶୁତୋଷ ମହାନ୍ତି ପ୍ରଥମ ପୁରସ୍କାର ଆକାରରେ ୫୦୦୦ ଟଙ୍କା ପାଇଥିବା ବେଳେ ଦ୍ୱିତୀୟ ବିଜେତା ଭାବେ ସ୍ମୃତିରଞ୍ଜନ ରାଉତ ନଗଦ ୩୦୦୦ ଟଙ୍କାର ତୃତୀୟ ପୁରସ୍କାର ରାଶି ଜିତିଥିଲେ।
କିସ୍ନା ଜୁଏଲାରୀର ମାଲିକ ଶ୍ରୀ ଅମିତ ଅଗ୍ରଓ୍ଵାଲ କହିଛନ୍ତି, ଏହା ପ୍ରଥମ ଥର ନୁହେଁ, ଆମେ ଆମର ମୂଲ୍ୟବାନ ଗ୍ରାହକଙ୍କ ସହ ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏଭଳି ଅନେକ ପଦକ୍ଷେପ ନେଇଛୁ। ଭାଗ୍ୟଶାଳୀ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦୋକାନ ଗ୍ରାହକଙ୍କ ପାଇଁ ସମାନ ଅଫର ଆରମ୍ଭ କରିବ ବୋଲି ସେ କହିଛନ୍ତି।