ଭୁବନେଶ୍ଵର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ନଗର ଉନ୍ନୟନ ସଂସ୍ଥା (ସୁଡା)ର ୨୩ତମ ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୫୫.୪୬ ଲକ୍ଷ ଟଙ୍କାର ବଜେଟ୍ ଅନୁମୋଦନ ସମେତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ସୁଡା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ବୈଠକରେ ଏ ଦିଗରେ ହୋଇଥିବା ଅଗ୍ରଗତିକୁ ସ୍ୱୀକାର କରିବା ସହ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଏକ ଦୃଢ଼ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲା।
ମୁକ୍ତା ଯୋଜନା ଅଧୀନରେ ପ୍ରକଳ୍ପ କାର୍ଯ୍ୟକାରିତାରେ ନିୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି)ଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ଉପରେ ଆଲୋଚନା କରାଯାଇଥିଲା । ୩୦ଟି ଜିଲ୍ଲାରେ ୧୨ଟି ଟିମ୍ ୧୯୭୨୦ ଟି ଗୋଷ୍ଠୀର ପ୍ରତିନିଧିତ୍ୱ କରୁଥିବା ଏମଏସଜିର ୫୯୧୬୦ ଜଣ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ଏହାବ୍ୟତୀତ ଓଡିଶା ସହରାଞ୍ଚଳ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଏମଏସଜି ଗୋଷ୍ଠୀ ସହଯୋଗୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ବ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାର ଅନୁଯାୟୀ ଓଡ଼ିଶାରେ ସହରାଞ୍ଚଳ ରୂପାନ୍ତରରଣ ନେତୃତ୍ୱ ନେବାପାଇଁ ଦାୟିତ୍ୱରେ ଥିବା ସୁଡା ପ୍ରଶଂସନୀୟ ପ୍ରଦର୍ଶନ ଜାରି ରଖିଛି ଏବଂ ଅଂଶୀଦାରମାନଙ୍କୁ ଏହି ଉଦ୍ଦେଶ୍ୟ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ଜାରି ରଖିଛି ।
ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି ମାଥିଭାଥନନ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ସ୍ବତନ୍ତ୍ର ସଚିବ ଶୁଭେନ୍ଦୁ କାନୁନଗୋ, ଓଏସଡି-ସ୍ବତନ୍ତ୍ର ସଚିବ ସଞ୍ଜୟ ପରମାଣିକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ସୁଡା ଶାରଦା ପ୍ରସାଦ ପଣ୍ଡାଙ୍କ ଦ୍ୱାରା ଉପସ୍ଥାପିତ ଏହି ବୈଠକରେ ବୁଝାମଣାମୂଳକ ଏବଂ ରଣନୈତିକ ଆଲୋଚନା ହୋଇଥିଲା । ସୁଡାର ୨୩ତମ ଗଭର୍ଣ୍ଣିଂ ବଡି ବୈଠକରେ ଓଡ଼ିଶାରେ ଅଧିକ ସ୍ଥାୟୀ ଓ ଅନ୍ତର୍ଭୁକ୍ତି ସହରାଞ୍ଚଳ ଦିଗରେ ଅଗ୍ରସର ହେବା ସହ ସହରାଞ୍ଚଳ ବିକାଶର ଆହ୍ୱାନକୁ ମୁକାବିଲା କରିବା ପାଇଁ ଏକ ସାମୂହିକ ସଂକଳ୍ପ ଉପରେ ଗୁରୁତ୍ବ ଦିଆଯାଇଛି ।