Home Education ସିବିଏସଇ ପରୀକ୍ଷାରେ ଝିଅ ଆଗରେ

ସିବିଏସଇ ପରୀକ୍ଷାରେ ଝିଅ ଆଗରେ

ଭୁବନେଶ୍ୱର : ପ୍ରକାଶ ପାଇଛି ସିବିଏସ୍ଇ ଦଶମ ଓ ଦ୍ଵାଦଶ ପରୀକ୍ଷାଫଳ । ପୁଅଙ୍କ ଅପେକ୍ଷା ଝିଅଙ୍କ ବାଜିମାତ୍ । ପୂର୍ବ ବର୍ଷ ଅପେକ୍ଷା ବଢ଼ିଲା ପାସ୍ ହାର । ରାଜ୍ୟରେ ଦ୍ଵାଦଶରେ ପାସ୍ ହାର ୮୮ ଦଶମିକ ୩୯ ପ୍ରତିଶତ ରହିଛି । ଦ୍ଵାଦଶରେ ୧୪ ଲକ୍ଷ ୯୬ ହଜାର ୩୦୫ ଜଣ ପାସ୍ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୧ ଦଶମିକ ୬୪ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୮୫ ଦଶମିକ ୭୦ ପ୍ରତିଶତ । ଭୁବନେଶ୍ଵର ରିଜିଅନରେ ଦ୍ଵାଦଶରେ ୮୩ ଦଶମିକ ୬୪ ପ୍ରତିଶତ ପାସ୍ ହାର ରହିଛି ।

ସେହିପରି ସିବିଏସଇ ଦଶମରେ ୯୩ ଦଶମିକ ୬୬ ପ୍ରତିଶତ ପିଲା ପାସ୍ କରିଛନ୍ତି । ରାଜ୍ୟରେ ସିବିଏସଇ ଦଶମରେ ୨୨ ଲକ୍ଷ ୨୧ ହଜାର ୬୩୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ଵର ରିଜିଅନରେ ଦଶମରେ ପାସ୍ ହାର ରହିଛି ୯୨ ଦଶମିକ ୬୪ ପ୍ରତିଶତ। ଝିଅଙ୍କ ପାସ୍ ହାର ୯୫ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୯୨ ଦଶମିକ ୬୩ ପ୍ରତିଶତ ରହିଛି । ଓଡ଼ିଶାରେ ପାସହାର ୭୮.୭୪ପ୍ରତିଶତ ରହିଛି ।

ଦ୍ବାଦଶରେ ଭୁବନେଶ୍ୱର ଜୋନରେ ମୋଟ ୮୩.୬୪ପ୍ରତିଶତ ପାସହାର ରହିଥିବା ବେଳେ ସେଥିମଧ୍ୟରୁ ୭୭.୦୫ ପ୍ରତିଶତ ଛାତ୍ରୀ ରହିଛନ୍ତି ଏବଂ ୮୦.୭୭ପ୍ରତିଶତ ଛାତ୍ର ପାସ କରିଛନ୍ତି । ଚଳିତବର୍ଷ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୩୨ହଜାରରୁ ଅଧିକ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ପ୍ରଥମେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପରେ ଏବେ ଦଶମ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ ପାସ୍ହାର ୯୩.୬୬ ପ୍ରତିଶତ ରହିଛି । ଏଥର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ୨.୩୭ ପ୍ରତିଶତ ଅଧିକ ରହିଛି । ବର୍ତ୍ତମାନ ସିବିଏସଇ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି ।

ଭୁବନେଶ୍ୱର ଜୋନରେ ପାସହାର୍ ୯୨.୬୪ ପ୍ରତିଶତ ରହିଛି । ଦଶମ ରେଜଲ୍ଟରେ ସଫଳତାରେ ତ୍ରିଭେନ୍ଦ୍ରମ ଆଗରେ ରହିଥିବାରୁ ଏଠାରେ ପାସହାର ୯୯.୭୯ ପ୍ରତିଶତ ରହିଛି । ସେହିପରି ବିଜୟୱାଡା ପାସହାର ୯୯.୭୯ପ୍ରତିଶତ ଏବଂ ବେଙ୍ଗାଲୁରୁ ପାସ୍ହାର ୯୮.୯୦ପ୍ରତିଶତ । ଚଳିତ ବର୍ଷ ସିବିଏସଇ ଦଶମରେ ୨୩ ଲକ୍ଷ ୭୧ହଜାର ୯୩୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।