Home Education ସିଟିଟିସି ସହ ରାଜିନାମା

ସିଟିଟିସି ସହ ରାଜିନାମା

ଭୁବନେଶ୍ୱର : ଦେବଗଡ଼ ଜିଲ୍ଲାର ସରକାରୀ ବାରକୋଟ୍‌ଆଇଟିଆଇ ଓ ଯାଜପୁର ଜିଲ୍ଲାର ସରକାରୀ ପଲିଟେକ୍‌ନିକ୍‌ଠାରେ ମିନିଟୁଲ୍‌ରୁମ୍‌ ନିର୍ମାଣ ପାଇଁ ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ଅଧିନରେ କାର୍ଯ୍ୟରତ ବୈଷୟିକଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ରେଘୁଜିଏବଂ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଓ ପ୍ରଶିକ୍ଷଣ କେନ୍ଦ୍ର ବା ସିଟିଟିସିର ସାଧାରଣ ପରିଚାଳକ ଶ୍ରୀ ଏଲ୍‌. ରାଜଶେଖରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ୍‌ (ଓମ୍‌ବାଡ୍‌ସି) ଏଥି ପାଇଁ ୫ କୋଟି ଟଙ୍କା ଅନୁଦାନ କରିଛି । ଏହା ଦ୍ୱାରା ଉଭୟ କେନ୍ଦ୍ରରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ପାଇପାରିବେ ।

ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ ହେବା ସହ ଆଧୁନିକ ବୈଷୟିକଜ୍ଞାନକୌଶଳରେ ପରିପୂର୍ଣ୍ଣ ହୋଇ ସେମାନେ ନିଜକୁ ରୋଜଗାରକ୍ଷମ କରିପାରିବେ । ଏତଦ୍‌ବ୍ୟତୀତ ପ୍ରଶିକ୍ଷକମାନଙ୍କର ଉତ୍ପାଦିକତା କ୍ଷେତ୍ରରେ ପୁନଃଦକ୍ଷତା ଓ ଉଚ୍ଚତର ଦକ୍ଷତା କ୍ଷମତା ମଧ୍ୟ ହାସଲ ହୋଇପାରିବ ।

ସିଟିଟିସି କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଟେ । ଏହି ଅନୁଷ୍ଠାନ ଓମ୍‌ବାଡ୍‌ସି ଅଧିନସ୍ଥ ସରକାରୀ ପଲିଟେକ୍‌ନିକ୍‌ ଯାଜପୁର ଓ ଦେବଗଡ଼ର ବାରକୋଟ ସରକାରୀ ଆଇଟିଆଇକୁ ଅଧିସ୍ୱୀକୃତି ପ୍ରଦାନ କରିବ ।

ଓଡ଼ିଶାସରକାର ପୂର୍ବରୁ ଅନେକ ଟୁଲ୍‌ରୁମ୍‌ ସହ ବର୍ତ୍ତମାନ ୨ଟି ଟୁଲ୍‌ରୁମ୍‌ର ସମ୍ପ୍ରସାରଣ କରିଛନ୍ତି । ଏହି ମିନି ଟୁଲ୍‌ରୁମ୍‌ରେ ମେସିନାରୀ ଓ ଟ୍ରେନିଂ ଉଭୟ ସୁବିଧାରହିବ । ମେସିନାରୀ ଟ୍ରେନିଂ, ଆଧୁନିକ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଦ୍ୱାରା ଦକ୍ଷ ମାନବସମ୍ବଳ ସୃଷ୍ଟି ହୋଇପାରିବ ।