Home General ସାମାଜିକ ଓ ଶିକ୍ଷାଗତ ସର୍ଭେ ଆରମ୍ଭ

ସାମାଜିକ ଓ ଶିକ୍ଷାଗତ ସର୍ଭେ ଆରମ୍ଭ

ଭୁବନେଶ୍ୱର : ରାଜ୍ୟର ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସର୍ଭେ କରାଯାଉଅଛି । ଏହି ସର୍ଭେ ମଇ ୧ ତାରିଖରୁ ମଇ ୨୭ ତାରିଖ ପର୍ଯ୍ୟନ୍ତ କରାଯିବ ।

ଏହି ସର୍ଭେ ପ୍ରତିଦିନ (ଛୁଟିଦିନ ସହିତ) ସକାଳ ୧୦ଘଟିକାରୁ ୧୨ଘଟିକା ଏବଂ ଅପରାହ୍ନ ୩ଟା ଠାରୁ ୬ଟା ପର୍ଯ୍ୟନ୍ତ କରାଯାଉଛି । ପ୍ରତ୍ୟେକ ରବିବାର ଦିନ ଏହି ସର୍ଭେ କାର୍ଯ୍ୟ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କରାଯିବ । ସର୍ଭେ ସେଣ୍ଟର ସମ୍ବନ୍ଧୀୟ ତଥ୍ୟ ନିକଟସ୍ଥ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର ବା ଅଙ୍ଗନବାଡ଼ି କେନ୍ଦ୍ରରେ ମିଳିପାରିବ ।

ଏହି ସର୍ଭେ ପାଇଁ ନିଜ ନିଜର ତଥ୍ୟ, ସର୍ଭେ କେନ୍ଦ୍ରକୁ ଯାଇ କିମ୍ବା ଅନ୍‌-ଲାଇନ୍‌ ମାଧ୍ୟମରେ ଦିଆଯାଇପାରିବ । ଅନ୍‌-ଲାଇନ୍‌ ମାଧ୍ୟମରେ www.oscbc.odisha.gov.inରେ ନିଜ ମୋବାଇଲ୍‌ / ଲ୍ୟାପଟପ୍‌/ ଡେସ୍କଟପ୍‌ ବ୍ୟବହାର କରି ବିନାମୂଲ୍ୟରେ ତଥ୍ୟ ପ୍ରଦାନ କରାଯାଇପାରିବ ।

ପରିବାରର ମୂଖ୍ୟ କିମ୍ବା ବରିଷ୍ଠ ସଦସ୍ୟା/ସଦସ୍ୟ, ସର୍ଭେ କେନ୍ଦ୍ରକୁ ଯାଇ ନିଜର ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କର ତଥ୍ୟ ପ୍ରଦାନ କରିପାରିବେ । ସର୍ଭେ କେନ୍ଦ୍ରକୁ ତଥ୍ୟ ଦେବାପାଇଁ ଗଲାବେଳେ ସାଙ୍ଗରେ ରାସନ୍‌ କାର୍ଡ଼ ଏବଂ ଯେ କୌଣସି ଗୋଟିଏ ପରିଚୟ ପତ୍ର ଯଥା ଆଧାର କାର୍ଡ଼/ ପାସପୋର୍ଟ/ ପ୍ୟାନ କାର୍ଡ଼/ ଭୋଟର ପରିଚୟ ପତ୍ର ନେଇ ଯିବାକୁ ହେବ ।

ମାତ୍ର ଯେଉଁ ପରିବାରର ରାସନ୍‌ କାର୍ଡ଼ ନାହିଁ ବା କୌଣସି ସଦସ୍ୟଙ୍କର ପରିଚୟ ପତ୍ର ନାହିଁ, ସେମାନଙ୍କର ତଥ୍ୟ ମଧ୍ୟ ଦିଆଯାଇପାରିବ । ଆଜି ସମଗ୍ର ରାଜ୍ୟରେ ୨୫୦୦୦ ପଛୁଆ ବର୍ଗ ପରିବାର ଏହି ସର୍ଭେରେ ସାମିଲ୍‌ ହୋଇ ନିଜର ତଥ୍ୟ ପ୍ରଦାନ କଲେ ।