ଭୁବନେଶ୍ୱର : ଓଡ଼ିଶାରେ ପରାଜୟ ହେବାକୁ ଯାଉଛି ବୋଲି ଅନୁଭବ କଲେ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ଓଡ଼ିଶା ବିଜେପି ନେତାଙ୍କ ଅଭ୍ୟାସ । ୨୦୧୯ ସାଧାରଣ ର୍ନିବାଚନ ଓ ଓଡ଼ିଶା ବିଧାନସଭା ର୍ନିବାଚନରେ ସେମାନେ ଏହା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟରେ ହୋଇଥିବା ଉପର୍ନିବାଚନରେ ପୁଣି ଥରେ ଏହା କରିଥିଲେ । ତେଣୁ ୨୦୨୪ ର୍ନିବାଚନରେ ଓଡ଼ିଶା ବିଜେପି ପୁର୍ନବାର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ନୂଆ କଥା ନୁହେଁ ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ରାଜ୍ୟସଭା ଡ. ସସ୍ମିତ ପାତ୍ର ।
୨୦୨୪ ର୍ନିବାଚନରେ ସେମାନେ ନୂତନ ଭାବେ ଅତ୍ୟନ୍ତ ନିମ୍ନସ୍ତରକୁ ଖସି ଅସିବା ସହିତ ବିଡିଓ, ତହସିଲଦାର, ପୋଲିସ ଡିଏସପି ଏବଂ ପୋଲିସ ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି) ଙ୍କ ଭଳି ସରକାରୀ ଅଧିକାରୀଙ୍କୁ ଫୋନ୍ କରି ଧମକ ଦେବା ଆରମ୍ଭ କରିଛନ୍ତି । ଓଡ଼ିଶା ବିଜେପି ସେମାନଙ୍କୁ ଧମକ ଦେଉଛି ଯେ, ଏହି ର୍ନିବାଚନରେ ଓଡ଼ିଶା ବିଜେପିକୁ ସମର୍ଥନ କରନ୍ତୁ ନଚେତ ବଦଳି ଓ ଅନ୍ୟାନ୍ୟ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୁଅନ୍ତୁ ।
୨୦୨୪ ର୍ନିବାଚନରେ ସେମାନେ ଏକ ନୂଆ କୌଶଳରେ ଏହା କରୁଛନ୍ତି । ୨୦୨୪ ର୍ନିବାଚନରେ ଓଡ଼ିଶା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ନକଲେ ଓଡ଼ିଶା ବିଜେପିର କିଛି ପ୍ରାର୍ଥୀ ଓ ନେତା ର୍ନିବାଚନ କମିଶନଙ୍କ ନାମର ଖୋଲାଖୋଲି ଅପବ୍ୟବହାର କରିବା ସହ ବଦଳି ସହ ର୍ନିବାଚନ ଡ୍ୟୁଟିରେ ଥିବା ଓଡ଼ିଶା ସରକାରଙ୍କ ଅଧିକାରୀମାନଙ୍କୁ ଭାରତୀୟ ର୍ନିବାଚନ କମିଶନଙ୍କ ନାଁ ନେଇ ଧମକ ଦେଉଛନ୍ତି । ଏ ସଂକ୍ରାନ୍ତରେ ଆଜି ସକାଳେ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟ ର୍ନିବାଚନ କମିଶନର ଓ ର୍ନିବାଚନ ଆୟୋଗଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରାଯାଇ ଓଡ଼ିଶାର ମୁଖ୍ୟ ର୍ନିବାଚନ ଅଧିକାରୀଙ୍କୁ ଏହାର ନକଲ ପ୍ରଦାନ କରାଯାଇଛି ।
ଓଡ଼ିଶାର ୬ ଜଣ ଆଇପିଏସ୍ ଓ ୨ ଜଣ ଆଇଏଏସ୍ ଅଫିସରଙ୍କୁ ର୍ନିବାଚନ କମିଶନ ବଦଳି କରିଛନ୍ତି ବୋଲି ବିଜେଡି ଆବେଦନରେ ଦର୍ଶାଇଛି । ଭାରତୀୟ ର୍ନିବାଚନ ଆୟୋଗଙ୍କ ପ୍ରତି ବିଜେଡିର ସମ୍ମାନ ରହିଛି ଏବଂ ଦେଶର ର୍ନିବାଚନ ଆୟୋଗଙ୍କୁ ବିଜେଡି ଗଭୀର ଓ ବ୍ୟାପକ ସମ୍ମାନ ଦେଉଛି ଏବଂ ବିଜେଡି ଦଳ ର୍ନିବାଚନ କମିଶନଙ୍କ ସ୍ୱଚ୍ଛତା ଓ ଉଚ୍ଚସ୍ତରୀୟ ଦକ୍ଷତା ସହିତ ଦୃଢ଼ ଭାବରେ ଠିଆ ହୋଇଥିବା ଅନୁଭବ କରୁଛି ।
ତେବେ ଓଡ଼ିଶା ବିଜେପିର ଏହି ପ୍ରାର୍ଥୀ ଓ ନେତାମାନେ ଏହି ବଦଳିକୁ ଉଦାହରଣ ଭାବେ ବ୍ୟବହାର କରି ର୍ନିବାଚନ ଡ୍ୟୁଟିରେ ଥିବା ଓଡ଼ିଶା ଅଧିକାରୀଙ୍କୁ ଫୋନ୍ କରି କହିଛନ୍ତି ଯେ ଓଡ଼ିଶା ବିଜେପିର ଅଭିଯୋଗ ଆଧାରରେ ଭାରତର ର୍ନିବାଚନ ଆୟୋଗ ଏହି ବଦଳି କରିଛନ୍ତି । ଯଦି ଏହି ଅଧିକାରୀମାନେ ଓଡ଼ିଶା ବିଜେପିକୁ ସମର୍ଥନ ନ କରନ୍ତି, ତେବେ ପୂର୍ବ ଭଳି ର୍ନିବାଚନ ଆୟୋଗଙ୍କ ନିକଟରେ ମିଥ୍ୟା ଅଭିଯୋଗ କରି ସେମାନଙ୍କ ବଦଳି ସୁନିଶ୍ଚିତ କରିବେ ବୋଲି ସେମାନେ ଧମକ ଦେଉଛନ୍ତି ।
ଏହା କେବଳ ଚଳିତ ର୍ନିବାଚନ ସମୟରେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିର ଘୋର ଉଲ୍ଲଂଘନ ନୁହେଁ, ବରଂ ର୍ନିବାଚନ କାର୍ଯ୍ୟରେ ମୁତୟନ ଥିବା କର୍ମଚାରୀଙ୍କୁ ଧମକ ଦେବା ଏବଂ ର୍ନିବାଚନ ପ୍ରକ୍ରିୟାକୁ ବେଆଇନ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରିବା ମଧ୍ୟ ଅପରାଧିକ ପ୍ରକୃତିର ଅଟେ । ଏପରି କରି ଓଡ଼ିଶାର ଏହି ନେତା ଓ ର୍ନିବାଚନ ଲଢୁଥିବା ପ୍ରାର୍ଥୀମାନେ କେବଳ ଆମର କଠିନ ପରିଶ୍ରମର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରୁନାହାନ୍ତି ବରଂ ଆମର ଆମର ର୍ନିବାଚନ ବ୍ୟବସ୍ଥାକୁ ଖରାପ କରୁଛନ୍ତି । ଏହା କହିବା ଅନାବଶ୍ୟକ ଯେ ଅବାଧ ଓ ନିରପେକ୍ଷ ର୍ନିବାଚନ ପ୍ରକ୍ରିୟା ହେଉଛି ଆମ ସମ୍ବିଧାନ ପ୍ରଦତ୍ତ ଗଣତନ୍ତ୍ରର ମୂଳଦୂଆ ।
ଆମେ ଅନୁରୋଧ କରୁଛୁ ଯେ ନିର୍ବାଚନ ଆୟୋଗ ଏହି ପ୍ରସଙ୍ଗରେ ଆବଶ୍ୟକ ଧ୍ୟାନ ଦିଅନ୍ତୁ ଏବଂ ଓଡ଼ିଶା ବିଜେପିର ନେତା ଏବଂ ପ୍ରାର୍ଥୀମାନେ ର୍ନିବାଚନ ଡ୍ୟୁଟିରେ ଥିବା ଓଡ଼ିଶାର ସରକାରୀ ଅଧିକାରୀଙ୍କ ପ୍ରତି ଏଭଳି ଭୟଙ୍କର କାର୍ଯ୍ୟକୁ ରୋକିବା ଏବଂ ଭାରତୀୟ ଗଣତନ୍ତ୍ରର ବୃହତ୍ତର ମଙ୍ଗଳ ଏବଂ ଅବାଧ ଓ ନିରପେକ୍ଷ ର୍ନିବାଚନ ପ୍ରକ୍ରିୟା ପାଇଁ ଓଡ଼ିଶାରେ ଏକ ମୁକ୍ତ, ନିରପେକ୍ଷ, ସ୍ୱଚ୍ଛ ଏବଂ ସୁସ୍ଥ ର୍ନିବାଚନ କରିବାକୁ ସୁନିଶ୍ଚିତ କରନ୍ତୁ ବୋଲି ଡକ୍ଟର ପାତ୍ର କହିଛନ୍ତି ।