ଭୁବନେଶ୍ୱର : ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସରକାରୀ ଦପ୍ତର ଓ ସର୍ବସାଧାରଣ ସ୍ଥାନରେ ଲାଗି ଥିବା ସରକାରଙ୍କ ସଫଳତାର ହୋର୍ଡିଂ ଓ ପୋଷ୍ଟର ଆଦି ହଟାଇବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ କମିଶନର ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି ।
ପତ୍ରରେ ଉଲ୍ଲେଖ କରାଯାଇଛି ଯେ ବିଭିନ୍ନ ସରକାରୀ ଦପ୍ତର ଓ ସର୍ବସାଧାରଣ ସ୍ଥାନରେ ସରକାରଙ୍କ ସଫଳତାର ହୋର୍ଡିଂ ଲାଗିଛି । କେତେକ ହୋର୍ଡିଂରେ ମନ୍ତ୍ରୀ ଓ ନେତାମାନଙ୍କ ଫଟୋ ସମ୍ବଳିତ ସରକାରୀ ସପଳତା ପ୍ରଦର୍ଶିତ ହେଉଛି । ସେହିଭଳି ଅନେକ ସ୍ଥାନରେ ମଧ୍ୟ ଅନୁରୂପ ଧରଣର ଷ୍ଟିକର ମାନ ଲଗାଯାଇଥିବା ଦେଖିବାକୁ ମିଳୁଛି ।
ଏହା ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି । ତେଣୁ ତୁରନ୍ତ ଏହିସବୁ ହୋର୍ଡିଂ ଓ ଷ୍ଟିକର ଆଦି ହଟାଇବା ଦିଗରେ ପଦକ୍ଷେପ ଗ୍ରହଣ କର । ଏପରିକି ସହରାଞ୍ଚଳରେ ମଧ୍ୟ ଏଭଳି ହୋର୍ଡିଂ ଓ ଷ୍ଟିକର ଆଦି ରହିବନାହିଁ ବୋଲି କମିଶନ ସ୍ପଷ୍ଟ କରିଦେଇଛନ୍ତି ।