Home Health ସମ୍ମମ୍‌ରେ ଓଡ଼ିଶାର ପ୍ରଥମ ଆନ୍ତଃରୋଗୀ ପୁର୍ନବାସ ୟୁନିଟ୍

ସମ୍ମମ୍‌ରେ ଓଡ଼ିଶାର ପ୍ରଥମ ଆନ୍ତଃରୋଗୀ ପୁର୍ନବାସ ୟୁନିଟ୍

ଭୁବନେଶ୍ୱର : ଗୁରୁବାର ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାରରେ ଓଡ଼ିଶାର ପ୍ରଥମ ଆନ୍ତଃରୋଗୀ ପୁର୍ନବାସ ୟୁନିଟ୍ ଉଦ୍‌ଘାଟିତ ହୋଇଯାଇଛି ।

ଏହି ଅତ୍ୟାଧୁନିକ ଆନ୍ତଃରୋଗୀ ପୁର୍ନବାସ ୟୁନିଟ୍‌ରେ ନ୍ୟୁରୋଲଜିକାଲ୍ ଏବଂ ଅର୍ଥୋପେଡିକ୍ ବିଭାଗର ରୋଗୀମାନଙ୍କ ସମେତ ଅସ୍ତ୍ରୋପଚାରର ପରବର୍ତୀ ଉତମମାନର ଚିକିତ୍ସା ଓ ଯତ୍ନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

ଏହି ୟୁନିଟ୍‌କୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଉଦ୍‌ଘାଟିତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ପି. ବାଲାକିଶୋର ଓ ତାଙ୍କ ଟିମ୍ ଏବଂ ଅନ୍ୟାନ୍ୟ ବିଭାଗର ମୁଖ୍ୟ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଗୁରୁତର ଶାରୀରିକ କ୍ଷତ, ଅସୁସ୍ଥତା ଥିବା ରୋଗୀଙ୍କୁ ଏହି ୟୁନିଟ୍‌ରେ ଚିକିତ୍ସା ପ୍ରଦାନ କରାଯିବା ସହ ଯେଉଁମାନଙ୍କୁ ଫିଜିଓଥେରାପି ଏବଂଶାରୀରିକ ସୁସ୍ଥତାର ଆବଶ୍ୟକତା ଥିବ ସେମାନଙ୍କୁ ମଧ୍ୟ ଏହି ୟୁନିଟରେ ଚିକିତ୍ସା ପ୍ରଦାନ କରାଯିବ ।