ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ସମସ୍ତ ୧୦୦ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି କି ଭାରତ ନିର୍ବାଚନ ଆୟୋଗ ଏକ ସଶକ୍ତ, ସୁଦୃଢ, ସମାବେଶୀ ଏବଂ ସୁଗମ ନିର୍ବାଚନ ପାଇଁ ନିରନ୍ତର ପ୍ରୟାସ ଜାରିରଖିଛନ୍ତି । ପ୍ରତ୍ୟେକ ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ ଅଟେ । ଯେପରି କୌଣସି ମଧ୍ୟ ଭୋଟର ବାଦ୍ ନପଡ;ୁ ସେଥିପାଇଁ ପ୍ରତ୍ୟେକ ଭୋଟରଙ୍କ ପାଇଁ ସୁବିଧା ଉପଲବ୍ଧ ଅଟେ ।
ବରିଷ୍ଠ ନାଗରିକ (୮୦ ବୟସ ବର୍ଗ) ଏବଂ ଦିବ୍ୟାଙ୍ଗ ମତଦାତାଙ୍କର (ଶତକଡା ୪୦ ପ୍ରତିଶତ ବା ଅଧିକ ଭିନ୍ନକ୍ଷମ) ଅଧିକରୁ ଅଧିକ ଯୋଗଦାନକୁ ସୁନିଶ୍ଚିତ କରିବା ପାଇଁ, ଭାରତ ନିର୍ବାଚନ ଆୟୋଗ ହ୍ୱିଲ୍ ଚେୟାର, ରାମ୍ପ୍, ସେ୍ୱଚ୍ଛାସେବୀ, ଗମନାଗମନର ନିଃଶୁÂ ସୁବିଧା, ଧାଡିରହିତ ମତଦାନ ଭଳି ଅନେକ ନୂତନ ସୁବିଧାଗୁଡିକର ବ୍ୟବସ୍ଥା କରିଛନ୍ତି । ଏହା ବ୍ୟତୀତ, ସେମାନେ ଫର୍ମ-୧୨ଘ ପୂରଣ କରି ନିଜ ଘରେ ବସି ମତାଦାନ ସାବସ୍ତ କରି ପାରିବେ । ଏକ ସୁଗମ, ସମାବେଶୀ ନିର୍ବାଚନ ଗଣତନ୍ତ୍ରକୁ ସର୍ବଦା ବଳଶାଳୀ କରିଥାଏ ।
ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ବରିଷ୍ଠ ଦିବସ (ତା. ୦୧.୧୦.୨୦୨୨ରିଖ) ଉପଲକ୍ଷେ ମୁଖ୍ୟ ନିର୍ବାଚନ ଆୟୋଗ ସମସ୍ତ ୧୦୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ପତ୍ର ପ୍ରେରଣ କରିଛନ୍ତି । ଆୟୋଗ ଏହି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କି, ସମସ୍ତ ବରିଷ୍ଠ ନାଗରିକ ଉପଲବ୍ଧ ଥିବା ସୁବିଧାଗୁଡିକର ଉପଯୋଗ କରି ତାଙ୍କର ମତାଧିକାର ସାବ୍ୟସ୍ତ କର;ୁ ଏବଂ ଯୁବ ମତଦାତାମାନଙ୍କୁ ସାମ୍ବିଧାନିକ କର୍ତ୍ତବ୍ୟଗୁଡିକୁ ପାଳନ କରିବା ପାଇଁ ପ୍ରେରିତ କରୁଥା;ୁ ।
ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ତାଙ୍କ ଅଞ୍ଚଳର ବରିଷ୍ଠ ମତଦାତାମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ନିର୍ବାଚନ ଆୟୁକ୍ତଙ୍କ ପତ୍ର ହସ୍ତାନ୍ତର କରିବେ । ଅକେଫାବର ୧ ତାରିଖରେ ଓଡିଶାରେ ଥିବା ୯୯୦୦ ବରିଷ୍ଠ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଥି ପାଇଁ ତା.୨୬.୦୯.୨୦୨୨ରିଖ ରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ସମସ୍ତ ଉପଜିଲ୍ଲାପାଳଙ୍କୁ ଉଦବୋଧନ ଦେଇ ବରିଷ୍ଠ ନାଗରିକମାନଙ୍କ ଉପଯୁକ୍ତ ଯାଞ୍ଚ କରି, ସମ୍ମାନର ସହିତ ତାଙ୍କୁ ଏହି ପତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିବାକୁ ନିବେଦନ କରିଛନ୍ତି । ମିଳିମିଶି ସମସ୍ତଙ୍କୁ ଭୋଟ ଦିନ ଭୋଟଦାନ କରିବା ପାଇଁ ପ୍ରବର୍ତ୍ତାଇବା ଏବଂ ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ୍ ହେବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଅନୁରୋଧ କରିଛନ୍ତି ।