Home Election ସପ୍ତମ ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀ

ସପ୍ତମ ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ଓଡିଶା ସମେତ ୮ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ୯୦୪ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଜୁନ୍ ୧ତାରିଖରେ ନିର୍ବାଚନ ହେବାକୁ ଯାଉଛି।

ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୮ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ କ୍ଷେତ୍ର ପାଇଁ ମୋଟ୍ ୨୧୦୫ଟି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ସମସ୍ତ ୮ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୭ମ ପର୍ଯ୍ୟାୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ ୧୪ ମଇ ୨୦୨୪ ରହିଥିଲା। ଦାଖଲ କରାଯାଇଥିବା ସମସ୍ତ ନାମାଙ୍କନର ଯାଞ୍ଚ ପରେ ୯୫୪ ନାମାଙ୍କନ ବୈଧ ବିବେଚିତ ହୋଇଛି। 

ସପ୍ତମ ପର୍ଯ୍ୟାୟରେ ପଞ୍ଜାବରେ ୧୩ ସଂସଦୀୟ ନିର୍ବାଚନ କ୍ଷେତ୍ରରୁ ସର୍ବାଧିକ ୫୯୮ ନାମାଙ୍କନ ଫର୍ମ ରହିଥିଲା, ଏହାପରେ ଉତ୍ତର ପ୍ରଦେଶରେ ୧୩ ନିର୍ବାଚନ କ୍ଷେତ୍ରରୁ ୪୯୫ ନାମାଙ୍କନ ରହିଥିଲା। ବିହାରର ୩୬ ଜାହାନାବାଦ ନିର୍ବାଚନ କ୍ଷେତ୍ରରୁ ସର୍ବାଧିକ ୭୩ ନାମାଙ୍କନ ପତ୍ର ମିଳିଛି, ଏହାପରେ ପଞ୍ଜାବର ୭- ଲୁଧିୟାନା ସଂସଦୀୟ କ୍ଷେତରୁ ୭୦ ନାମାଙ୍କନ ପତ୍ର ପ୍ରାପ୍ତ ହୋଇଛି। ୭ମ ପର୍ଯ୍ୟାୟ ପାଇଁ ଏକ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ୧୬ ଅଟେ।