Home Administration ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମୋହର

ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‍ ବୈଠକରେ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟକ୍ଷାଦେଶ ଉପରେ ମୋହର ମାରିଛନ୍ତି । ଆଜି ବୈଠକରେ ଆଇନ୍‍ ଓ ପୂର୍ତ୍ତ ବିଭାଗର କେତେକ ପ୍ରସ୍ତାବକୁ କ୍ୟାବିନେଟ୍‍ ସବୁଜ ସଙ୍କେତ ପ୍ରଦାନ କରିଛି । 

ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ସଂକ୍ରାନ୍ତରେ କହିଛନ୍ତି ଯେଏକାଦଶ ଶତାବ୍ଦୀର ଏହି ଶୈବପୀଠ ବର୍ତ୍ତମାନ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ବଳରେ ପରିଚାଳିତ ହେଉଛି ଏବଂ ଏହାର ନୀତିକାନ୍ତି ତଥା ପରିଚାଳନାର ଉତ୍ତମ ରୂପାୟନ ନିମନ୍ତେ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ସହାୟକ ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗରାଜ ମନ୍ଦିର ଆଇନ ଅନୁସାରେ ମନ୍ଦିରର ସେବା, ପୂଜା ଓ ନୀତି ସମେତ ସମସ୍ତ ବ୍ୟାପାର ପରିଚାଳନା କରିବା ପାଇଁ ଏକ ୧୫ ଜଣିଆ ପରିଚାଳନା କମିଟି ଗଠନ କରାଯିବ । ଏହି କମିଟି ମନ୍ଦିର ପ୍ରଶାସନ ସହିତ ମନ୍ଦିର ବାହାରେ ଥିବା ବିଭିନ୍ନ ମନ୍ଦିର ଓ ମଠଗୁଡ଼ିକର ସଂପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ ।

ମନ୍ଦିରର ଦୈନନ୍ଦିନ ବ୍ୟାପାର ପରିଚାଳନା ପାଇଁ ଜଣେ ପ୍ରଶାସକ ନିଯୁକ୍ତ ହେବେ ଏବଂ ଏହାର ବଜେଟ୍‌, ଅଡିଟ୍‌ ଓ ପରିଦର୍ଶନ ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ । ଏପରି ଆଇନ ମନ୍ଦିରର ସୁରକ୍ଷା, ସଂପତ୍ତିର ପରିଚାଳନା ଏବଂ ଜବରଦଖଲକାରୀଙ୍କ ଉଚ୍ଛେଦରେ ସହାୟକ ହେବ ବୋଲି ସେ କହିଛନ୍ତି ।