Home Culture ଶ୍ରୀମନ୍ଦିର ପରିକ୍ରମା ପାଇଁ କୋଟିଏ ଦାନ

ଶ୍ରୀମନ୍ଦିର ପରିକ୍ରମା ପାଇଁ କୋଟିଏ ଦାନ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ପାଇଁ କୋଟିଏ ଟଙ୍କା ଦେଇଛନ୍ତି କଳିଙ୍ଗ କର୍ପୋରେସନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୌମ୍ୟ ରଞ୍ଜନ ସାମଲ । ଡକ୍ଟର ସାମଲ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କୁ ଭେଟି ଏହି ଦାନ ରାଶି ପ୍ରଦାନ କରିଛନ୍ତି ।

ଉଲ୍ଲେଖନୀୟ ଯେ ପୁରୀ ଶ୍ରୀଜଗନ୍ନାଥ ଧାମରେ ଭକ୍ତମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ କାର୍ଯ୍ୟକାରୀ ହେଉଛି ଶ୍ରୀମନ୍ଦିର ପରିକ୍ରମା ଯୋଜନା । ଏଥିପାଇଁ ଏବେ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ଓଡିଆମାନେ ବି ପଛରେ ପଡି ନାହାନ୍ତି ।

ମହାପ୍ରଭୁଙ୍କ ଏହି କାର୍ଯ୍ୟପାଇଁ ସମସ୍ତେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେବାପରେ ଏବେ ଅଧିକରୁ ଅଧିକ ଜଗନ୍ନାଥପ୍ରେମୀ ଆଗ୍ରହ ପ୍ରକାଶ କରୁଛନ୍ତି । ଡକ୍ଟର ସାମଲ ହେଉଛନ୍ତି ଏହାର ଗୋଟିଏ ଉଦାହରଣ ମାତ୍ର । ନିକଟରେ ମୁମ୍ବାଇର ଜଣେ ଭକ୍ତ ମଧ୍ୟ ଅଯାତିତ ଭାବେ ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଦାନ କରିଥିଲେ ।

ଡକ୍ଟର ସାମଲ ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ସାମିଲ ହୋଇ ନିଜକୁ ଭାଗ୍ୟବାନ ମନେ କରିବା ସହିତ ଏ ଦିଗରେ ରାଜ୍ୟ ସରକାର ବିଶେଷକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଅଧିକରୁ ଅଧିକ ଭକ୍ତ ଜଗନ୍ନାଥଙ୍କର ଏହି ସେବାରେ ସାମିଲ ହେବାପାଇଁ ସେ ମତ ଦେଇଛନ୍ତି ।