ଭୁବନେଶ୍ୱର : ଶିଶୁ ସୁରକ୍ଷା ସହଯୋଗୀଙ୍କଙ୍କ ନିମନ୍ତେ ସ୍ୱେଚ୍ଛାସେବୀ ସଙ୍ଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ), ରାଜ୍ୟ ଶିଶୁ ସୁରକ୍ଷା ସମିତି (ଓଏସପିସି) ଓ ରାଜ୍ୟ ଶିଶୁ ସୁରକ୍ଷା ୟୁନିଟ୍ ଏବଂ ୟୁନିସେଫ୍ ର ସହାୟତାରେ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସହାୟତା ଜିଲ୍ଲା ସ୍ତରୀୟ କର୍ମଶାଳା ଖୋର୍ଦ୍ଧା ଠାରେ ଆୟୋଜିତ ହୋଇଥିଲା ।
ଏହି କର୍ମଶାଳା ରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ, ଜେଜେବିର ସଦସ୍ୟ, ଖୋର୍ଦ୍ଧା ଜିଲ୍ଲା ଡିସିପିୟୁର ସଦସ୍ୟ, ସିସିଆଇର କାଉନସିଲର, ଅଙ୍ଗନବାଡିକର୍ମୀ, ସିଆରସିସି, ବିଆରସିସି ଓ ଏନଜିଓର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାରେ ପିକକର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ୱାଗାତ ଭାଷଣ ଦେଇ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟରତ ସମ୍ପର୍କ ହେଲ୍ପଡେସ୍କ ସଂକ୍ରାନ୍ତରେ ସମସ୍ତଙ୍କୁ ସୁଚନା ପ୍ରଦାନ କରିଥିଲେ ।
ଏହି କର୍ମଶାଳାରେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣୀଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ପ୍ରକାରର କର୍ମଶାଳା ସହଯୋଗୀଙ୍କମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ମୁକାବିଲା କରିବା ଓ ମନୋସାମାଜିକ ସହାୟତା ପ୍ରଦାନ ନିମନ୍ତେ ସହାୟକ ହେବ । ୟୁନିସେଫର ମେହେଦିଆ ରିଜ୍ଭିମ ବିଭିନ୍ନ ପଦ୍ଧତି ମାଧ୍ୟମରେ ଏହି କର୍ମଶାଳାର ପରିଚାଳନା କରିଥିଲେ ।
କର୍ମଶାଳାରେ ବିଭିନ୍ନ ବିଷୟରେ ତାଲିମ ଦିଆଯାଇଥିଲା ଯଥା ଶିଶୁ ସୁରକ୍ଷା: ଅତୀତ ଓ ବତ୍ତମାନ ସରଂଚନା, ଶିଶୁ ମାନଙ୍କ ସହିତ ଯୋଗାଯୋଗର ଦକ୍ଷତା, ସାଧାରଣ ମାନସିକ ସମସ୍ୟା ଏବଂ ସମ୍ପର୍କ ହେଲ୍ପ ଡେସ୍କ ସହିତ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଗାଯୋଗ, ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସହାୟତା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ଭବିଷ୍ୟତର କର୍ମପନ୍ଥା ର୍ନିଦ୍ଧାରଣ ଓ କଠିନ ପରିସ୍ଥିତିରେ ପିଲାମାନଙ୍କ ମନୋସାମାଜିକ ସ୍ଥିତିର ମୁଲ୍ୟାଙ୍କନ ।
ଅଂଶଗ୍ରହଣକାରୀମାନେ ମଧ୍ୟ ନିଜର ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ଅଭିଜ୍ଞତାକୁ ବର୍ଣ୍ଣନା କରିବା ସହିତ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସହାୟତା ନିମନ୍ତେ ଭବିଷ୍ୟତର କର୍ମପନ୍ଥା ର୍ନିଦ୍ଧାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିକକର ଚିନ୍ମୟୀ ପାଠୀ, ଜ୍ୟୋତିଶଙ୍କର ମହାନ୍ତି, ବାମଦେବ ଜେନା ଓ ଦିନୋଦ କୁମାର ଦାଶ ପ୍ରମୁଖ ଏହି କର୍ମଶାଳାର ପରିଚାଳନାରେ ସହୟତା କରିଥିଲେ ।