Home General ଶିଶୁ ଶ୍ରମ ମୁକ୍ତ ବିକଶିତ ଓଡିଶା ଗଠନ କର୍ମଶାଳା  

ଶିଶୁ ଶ୍ରମ ମୁକ୍ତ ବିକଶିତ ଓଡିଶା ଗଠନ କର୍ମଶାଳା  

ଭୁବନେଶ୍ୱର : “ବିକଶିତ ଓଡ଼ିଶା” ପାଇଁ ପ୍ରତ୍ୟେକ ଶିଶୁର ଶୈଶବ ସୁରକ୍ଷିତ ଓ ଆନନ୍ଦମୟ ହେବା ସହିତ ସେମାନେ ଗୁଣାତ୍ମକ ଶିକ୍ଷା ଲାଭ କରିବା  ଆବଶ୍ୟକ ।  ଏଥିପାଇଁ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସହଯୋଗ ଓ ସମନ୍ଵୟ, ତଥା ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କ ସହିତ ମିଳିତ ଉଦ୍ୟମ ସହିତ ବିଭିନ୍ନ ସ୍ତରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା, ବ୍ୟାପକ ସଚେତନତା ଓ ସମସ୍ତଙ୍କ ଏକତ୍ର ପ୍ରୟାସରେ ଶିଶୁଶ୍ରମ ମୁକ୍ତ ବିକଶିତ ଓଡିଶା ଗଠନ ସମ୍ଭବ ବୋଲି ବିଶିଷ୍ଟ ବକ୍ତା ମାନେ ମତ ଦେଇଥିଲେ।

ସ୍ଵେଚ୍ଛାସେବୀ ସଂଗଠନ ପିକକ୍ ଦ୍ଵାରା ରାଜ୍ୟ ଶ୍ରମବିଭାଗର ସହଯୋଗରେରେ ଶିଶୁଶ୍ରମ ମୁକ୍ତ ଓଡିଶା: ବିକଶିତ ଓଡିଶା ଶୀର୍ଷକ ତଥା ଶିଶୁଶ୍ରମ ନିରୋଧ ଉପରେ ଏକ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ସରକାରୀ ଅଧିକାରୀ, ସ୍ଵେଚ୍ଛାସେବୀ ସଂଗଠନ, ଶିଶୁ ଅଧିକାର ବିଶେଷଜ୍ଞ, ଶିକ୍ଷାବିତ୍, ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ସମୂହ ଯଥା ସିଏସିଏଲ, ଏନଏସିଜି,  ଓଏସିଆର ଓ ଆରଟିଇ ଫୋରମ ଏହି କର୍ମଶାଳା ଆୟୋଜନରେ ସହଯୋଗ କରିଥିଲେ। ଏହାର ଉଦଘାଟନୀ ଅଧିବେଶନରେ ଯୋଗଦେଇ ପୂର୍ବତନ କେନ୍ଦ୍ର ଶ୍ରମ ସଚିବ ଏବଂ ଆନ୍ତର୍ଜାତୀୟ ଶ୍ରମ ସଂଗଠନର ପୂର୍ବତନ ବରିଷ୍ଠ ପରାମର୍ଶଦାତା ଡକ୍ଟର ଲକ୍ଷ୍ମୀଧର ମିଶ୍ର ତାଙ୍କ ବକ୍ତବ୍ୟରେ  ଓଡିଶାରେ ଶିଶୁଶ୍ରମର ସ୍ଥିତିର ସମୀକ୍ଷା ହେବା ଅବଶ୍ୟକ ଓ ଏଥିସହିତ ଶିଶୁଶ୍ରମ ମୁକ୍ତ ବିକଶିତ ଓଡିଶା ଗଠନ ନିମନ୍ତେ ଥିବା  ଆହ୍ଵାନ ଓ ସମ୍ଭାବନା ଗୁଡିକ  ଉପରେ ଆଲୋକପାତ କରିଥିଲେ ।

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା, ଚନ୍ଦନା ଦାସ , କହିଲେ ଓଡିଶାକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ହେଲେ ଆମ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟକରିବାକୁ ପଡିବ। ଶ୍ରମ ବିଭାଗର ଅତିରିକ୍ତ ଶ୍ରମ କମିଶନର ମଦନ ମୋହନ ପାଇକ ଶିଶୁଶ୍ରମିକ ମାନଙ୍କ ଉଦ୍ଧାର ଓ ସେମାନଙ୍କର ପୁନର୍ବାସ ପାଇଁ ଶ୍ରମ ବିଭାଗର ଉଦ୍ୟମ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ । ଶ୍ରମ ବିଭାଗରେ ବରିଷ୍ଠ ବୈଷୟିକ ପରାମର୍ଶଦାତା ଡଃ ଭକ୍ତ ବନ୍ଧୁ ଆଚାର୍ଯ୍ୟ, ଏସସିଆରଟି ର ଉପନିର୍ଦ୍ଦେଶକ ଡଃ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା, ଓଡ଼ିଶା ଅବସରପ୍ରାପ୍ତ ପୋଲିସ ଅଧିକାରୀ କଲ୍ୟାଣ ସଂଘର  ସଭାପତି  ଶ୍ରୀ ସୂର୍ଯ୍ୟମଣି ତ୍ରିପାଠୀ, (ଓପିଏସ),  ବରିଷ୍ଟ ସାମ୍ବାଦିକ ଯତୀନ୍ଦ୍ର ଦାଶ ପ୍ରମୁଖ ନିଜର ମତ ରଖିଥିଲେ ।  

ପିକକ୍ ର ଅଧ୍ୟକ୍ଷା ଡଃ ମିନାକ୍ଷୀ ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  କର୍ମଶାଳାରେ ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଏବଂ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।  କର୍ମଶାଳାରେ ଯୋଗଦେଇ ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନର ଉପନିର୍ଦ୍ଦେଶକା ଡଃ ଅମିତା ପାତ୍ର ଶିଶୁ ଅନୁକୂଳ ପଞ୍ଚାୟତ ଉପରେ ବିଶେଷ ଭାବରେ ଅଲୋଚନା କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପସଚିବ ସନ୍ୟାସୀ ବେହେରା (ଓଏସ) ସହାୟ ସ୍କିମ ଉପରେ ଆଲୋଚନା କରିଥିଲେ । ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନର ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବ୍ରତ ମିଶ୍ର, ଅନ୍ତର୍ଭୁକ୍ତିମୂଳକ ପ୍ରତିଷ୍ଠାନ ଗଠନ ଉପରେ ବିଶେଷ ଗୁରୁତ୍ଵ ଦେଇଥିଲେ ।

 ଏହି କର୍ମଶାଳାର ବିଭିନ୍ନ ଅଧିବେଶନରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱନାଥ ତରାଇ, (ଓଇଏସ-ଆଇ), କଟକ ଶିଶୁ କଲ୍ଯାଣ କମିଟିର ସଦସ୍ୟ ହରିହର ନାୟକ,  ଡିଆଇଇଟ ର ପୂର୍ବତନ ଅଧ୍ୟକ୍ଷ ଆହୁତି ବରାଳ, ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ଆରଟିଇ ଫୋରୋମର ଅନିଲ ପ୍ରଧାନ, ସିଏସିଏଲ ଆବାହକ ସୁକାନ୍ତ ନାୟକ,  ଏନଏସିଜି ଇଭାକ ଇଣ୍ଡିଆର ଜାତୀୟ ବୋର୍ଡର ସଦସ୍ୟ ଉବାଚକ ମହାନ୍ତି, ଓଏସିଆର ର ଅନନ୍ତ ନେଗୀ, ସିଆରଏସ ର ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ।  ଏଥିସହିତ ସ୍ଵେଚ୍ଛାସେବୀ ସଂଗଠନ ଆଦର୍ଶ, ସଂଯୋଗ, ପିକକ୍, ରୁଚିକା, ସୋଚ, ସାକାରର  ପ୍ରତିନିଧି  ମାନେ ଶିଶୁଶ୍ରମ ଉଚ୍ଛେଦ ପାଇଁ ସେମାନେ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ  ।  ପିକକ୍ ର ରତ୍ନା ଦାଶ, ପୂଜା ପଣ୍ଡା, ଜ୍ୟୋତିଶଙ୍କର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।