Home Administration ଲୋକସେବା ଭବନରେ ଯୁବ ଅଫିସରଙ୍କ ମଉଜ

ଲୋକସେବା ଭବନରେ ଯୁବ ଅଫିସରଙ୍କ ମଉଜ

ଭୁବନେଶ୍ୱର : ରବିବାର ଓ ଅନ୍ୟାନ୍ୟ ଛୁଟି ଦିନରେ କିଛି ଯୁବ ଅଫିସର ଲୋକସେବା ଭବନକୁ ପ୍ରବେଶ କରିବା ସହିତ ସେଠାରେ ବିଭିନ୍ନ ପ୍ରକାର ମଉଜ ମସ୍ତି ଭଳି କାର୍ଯ୍ୟରେ ମାତୁଛନ୍ତି । ତେଣୁ ଛୁଟି ଦିନରେ ସେମାନଙ୍କ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଲାଗିଛି ।

ଏହି ମର୍ମରେ ଗୃହ ବିଭାଗର ସ୍ୱଚନ୍ତ୍ର ଶାସନ ସଚିବ ସମସ୍ତ ବିଭାଗର ସଚିବମାନଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି । ଏଥିରେ ଦର୍ଶଯାଇଛି ଯେ ଲୋକସେବା ଭବନ ଭିତରେ ଛୁଟି ଦିନରେ କିଛି ଆପତ୍ତିଜନକ କାର୍ଯ୍ୟ ହେଉଥିବା ନଜରକୁ ଆସିଛି । ସୁରକ୍ଷାକର୍ମୀମାନେ ଜଣାଇଛନ୍ତି ଯେ କିଛି ଯୁବ ଅଫିସର ସଚିବାଳୟକୁ ଆସି ଏଭଳି କାର୍ଯ୍ୟକଳାପରେ ମାତୁଛନ୍ତି ।

ତେଣୁ ଛୁଟିଦିନ କିମ୍ବା ରବିବାରେ ସେମାନଙ୍କ ପ୍ରବେଶପତ୍ରକୁ ଗ୍ରହଣ ନକରିବାକୁ କୁହାଯାଇଛି । ଲୋକସେବା ଭବନ ସହିତ ରାଜୀବଭବନ ଓ ଖାରବେଳଭବନ ପାଇଁ ଏଭଳି କଟକଣା ଜାରି ହୋଇଛି ।

ଏହିସବୁ ଦପ୍ତରରେ ଛୁଟିଦିନଗୁଡିକରେ ଆସି କାର୍ଯ୍ୟ କରିବାକୁ ହେଲେ ସେମାନଙ୍କୁ ନିଜ ନିଜ ବିଭାଗର ସଚିବଙ୍କ ଠାରୁ ଆଣିଥିବା ଅନୁମତି ଦେଖାଇବାକୁ ପଡିବ । ନଚେତ ମାନେଙ୍କୁ ଭିତରକୁ ଯିବାକୁ ଦିଆଯିବ ନାହିଁ ।