Home Energy ଲକ୍ଷ୍ୟ ଠାରୁ ଅଧିକ

ଲକ୍ଷ୍ୟ ଠାରୁ ଅଧିକ

ଭୁବନେଶ୍ୱର : ଜାତୀୟ ସ୍ତରରେ ୨୦୨୨-୨୩ ବର୍ଷରେ ଯେତିକି ପରିମାଣର ଅଣପାରମ୍ପରିକ ଶକ୍ତି ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ଓଡିଶା ତାହାଠାରୁ ଅଧିକ ପରିମାଣର ଏହି ଶକ୍ତି ହାସଲ କରିଛି ।

ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ଜାତୀୟ ସ୍ତରରେ ୨୦୨୨-୨୩ ବର୍ଷ ପାଇଁ ୨୪.୬୦% ର ଅଣପାରମ୍ପରିକ ଶକ୍ତିର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଗ୍ରୀଡ୍‍କୋ ୩୦.୫୮%ର ଲକ୍ଷ୍ୟ ପ୍ରାପ୍ତ କରିବାରେ ସମର୍ଥ ହୋଇଛି । ଏହି ବର୍ଷ ଗ୍ରିଡ୍‍କୋ ଅଣପାରିମ୍ପରିକ ଉତ୍ସରୁ ୯୬୪୮ ନିୟୁତ ୟୁନିଟ୍‍ ବିଦ୍ୟୁତ୍‍ ଶକ୍ତି କ୍ରୟ କରିଥିଲା ଯାହାକି ମୋଟ୍‍ କ୍ରୟ କରାଯାଇଥିବା ୩୭,୧୪୨ ନିୟୁତ ୟୁନିଟ୍‍ ବିଦ୍ୟୁତ୍‍ର ୨୬% ଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ବର୍ଷ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀମାନଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ସମୁଦାୟ ଶକ୍ତିର ପରିମାଣ ୩୧,୭୫୪ ନିୟୁତ ୟୁନିଟ୍‍ ଥିଲା ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ସୌର ଶକ୍ତିର ଉତ୍ପାଦନ ନିମନ୍ତେ ୨୦୧୩ ମାର୍ଚ୍ଚରେ ଗେଡ୍‍କୋଲର ସ୍ଥାପନ କରାଯାଇ ସୌର ପ୍ରକଳ୍ପ ପ୍ରତିଷ୍ଠା ଯୋଜନାମାନ ହାତକୁ ନିଆଯାଇଛି । ଅକ୍ଷୟ ଶକ୍ତିର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଅକ୍ଷୟ ଶକ୍ତି ନୀତି, ୨୦୨୨ ପ୍ରଣୟନ କରାଯାଇଛି । ଏଥି ସହିତ ଚାରିଗୋଟି ବିଦ୍ୟୁତ୍‍ ବଣ୍ଟନକମ୍ପାନୀ ଏବଂ ଓରେଡା ଦ୍ୱାରା କେନ୍ଦ୍ର ସରକାରଙ୍କ ପିଏମ୍‍ କୁସୁମ ଯୋଜନା ମାଧ୍ୟମରେ କୃଷି ଅନୁପଯୋଗୀ ଜମିଗୁଡିକରେ ଭୂମି ଉପରେ ସୌର ପ୍ୟାନେଲ୍‍ ପ୍ରତିଷ୍ଠା ଏବଂ ସୌର ପମ୍ପ୍‍ର ସଫଳ ରୂପାୟନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଦାନ ଓ ରିହାତି ମଧ୍ୟ ଉପଲବ୍ଧ ହେଉଛି । (ତଥ୍ୟ)