ନିଶ୍ଚିନ୍ତକୋଇଲି: ମୁରୁଦାବାଦ ଠାରେ ଗୋଷ୍ଟି ବେତାର କେନ୍ଦ୍ର ରେଡ଼ିଓ ସମ୍ପର୍କର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ପାଳନ ଏହାର ପରିସର ମଧ୍ୟରେ ଆଜି ଆୟୋଜିତ ହୋଇଥିଲା । ରାଜ୍ୟର ଦୀର୍ଘ ୩୪ ବର୍ଷ ଧରି ଶିଶୁ ଅଧିକାର ପାଇଁ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ କଲଚରାଲ ସେଣ୍ଟର (ପିକକ) ଦ୍ୱାରା ୨୦୨୧ ମସିହା ଡ଼ିସେମ୍ବର ମାସ ୨୬ ତାରିଖ ଦିନ ରେଡ଼ିଓ ସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା ।
ଏହି ଉପଲକ୍ଷେ ଆଜି ରେଡ଼ିଓ ସମ୍ପର୍କ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅବସାରପ୍ରାପ୍ତ ଅଧ୍ୟାପକ ଫକୀର ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରେଡ଼ିଓ ସମ୍ପର୍କ ର ମୁଖ୍ୟ ତଥା ପିକକ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇ ରେଡ଼ିଓ ସମ୍ପର୍କର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ ।
ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡ଼ିଶାର ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ଡ଼ଃ ପ୍ରିତୀକାନ୍ତ ପଣ୍ଡା ରେଡ଼ିଓ ସମ୍ପର୍କର ଏହି ଉଦ୍ୟମ କୁ ପ୍ରସଂଶା କରିବା ସହିତ ସମସ୍ତଙ୍କୁ ଏହି ଗୋଷ୍ଟି ବେତାର କେନ୍ଦ୍ର ର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଆଜିର ସମାଜରେ ବଦଳୁଥିବା ସମ୍ପର୍କ ର ପରିଭାଷା କୁ ରେଡିଓସମ୍ପର୍କ ଏକ ନୂଆ ଦିଗ୍ଦର୍ଶନ ଦେବବୋଲି ଡ଼ଃ ପଣ୍ଡା ଆଶା ପ୍ରକଟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ଗୋଷ୍ଟି ବେତାର କେନ୍ଦ୍ର ଆସୋସିଏସନ ର ସଭାପତି ଶେଖ ଅବଦୁଲ୍ଲାହ ସଫିକ, ଭାରତର ଗୋଷ୍ଟି ବେତାର କେନ୍ଦ୍ର ଆସୋସିଏସନର ପୂର୍ବତନ ସଭାପତି ଏମ. ଏ. ଶାହଃ ଅନସାରୀ, ପିକକ ର ଅଧ୍ୟକ୍ଷା ଡ଼ଃ ମିନାକ୍ଷୀ ପଣ୍ଡା, କୃଷି ବିଭାଗର କୃଷି ବିଶେଷଜ୍ଞ ଅରବିନ୍ଦ ସାହୁ, ସୁଭଦ୍ରା ମହତାବ କଲେଜ ର ଅବସରପ୍ରାପ୍ତ ପ୍ରଫେସର ରମାନାଥ ସାହୁ ଓ ବରିଷ୍ଠ ନାଗରିକ ପ୍ରାଣକୃଷ୍ଣ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ପିକକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ ।
ଏହି ଅବସରରେ ରେଡ଼ିଓ ସମ୍ପର୍କ ର ୟୁ ଟ୍ୟୁବ ଚ୍ୟାନେଲ ସମ୍ପର୍କଷ୍ଟେସନ ର ଉଦଘାଟନ ରେଡ଼ିଓ ସମ୍ପର୍କ ୟୁ ଟ୍ୟୁବ ଚ୍ୟାନେଲ ର କଣ୍ଟେଣ୍ଟ ଷ୍ଟାଟେଜିଷ୍ଟ ଶୁଶ୍ରୀ ଶୈଲାନି ସୁମନଙ୍କ ଦ୍ୱାରା ହୋଇଥିଲା । ଏହି ଉତ୍ସବ ରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଯଥା ଡ଼ଃ ପ୍ରିତୀକାନ୍ତ ପଣ୍ଡାଙ୍କୁ ଶିଶୁ ସୁରକ୍ଷା, ଏମ. ଏ. ଶାହଃ ଅନସାରୀ ଙ୍କୁ ଗୋଷ୍ଟି ବେତାର କେନ୍ଦ୍ର ପାଇଁ ଅବଦାନ ତଥା ସାଉଣ୍ଡ ରେକର୍ଡିଷ୍ଟ ପିଣ୍ଟୁ ମିଶ୍ରଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ଉପଲକ୍ଷେ ଏକ ସଂଗୀତ ଆସରରେ ସୁଧୀର କୁମାର କର, ଅନିତା କର, ରାଜଲଷ୍ମୀ ସାହୁ ରେଡ଼ିଓ ସମ୍ପର୍କରେ ପ୍ରଥମ ଥର ପାଇଁ ରେକର୍ଡ କରାଯାଇଥିବା ଗୀତ କୁ ପରିବେଷଣ କରିଥିଲେ ।
ଏହି ଅବସରରେ ସ୍ଵପ୍ନେଶ୍ଵର ସାହିତ୍ୟ ସଂସଦ ର ସହଯୋଗରେ ଏକ କବି ସମ୍ମିଳନୀ ର ଆୟୋଜନ ମଧ୍ୟ କରାଯାଇଥିଲା ଓ ଏଥିରେ ପ୍ରାୟ ୨୨ ରୁ ଉର୍ଦ୍ଧ୍ୱ କବି ଶୀତ ଉପରେ ସ୍ଵଲିଖିତ କବିତା ପାଠ କରିଥିଲେ । ସେମାନଙ୍କ ମଧ୍ୟରେ କବି ଗୌତମ ଚରଣ ଜେନା, କବି ସଚ୍ଚିଦାନନ୍ଦ ମିଶ୍ର, ଡଃ କୁଳାଙ୍ଗାର (ଡଃ ପ୍ରିତୀକାନ୍ତ ପଣ୍ଡା), କବୟତ୍ରୀ ସୁଷମା ନାଥଶର୍ମା, କବି କାର୍ତ୍ତିକ ଚନ୍ଦ୍ର ଦାସ, କବୟତ୍ରୀ ଡଃ ପ୍ରଭାବତୀ ପଣ୍ଡା, କବୟତ୍ରୀ ଡଃ ବୈଜୟନ୍ତୀ ମିଶ୍ର, କବୟତ୍ରୀ ଡଃ ପ୍ରଭା ପଟ୍ଟନାୟକ, କବି ପ୍ରମୋଦ କୁମାର ଦାସ ପ୍ରମୁଖ ଥିଲେ । ଏହି କାର୍ଯ୍ୟକ୍ରମ ରେ ମୁରୁଦାବାଦ ଗ୍ରାମ ତଥା ଆଖପାଖ ଗ୍ରାମ ର ବହୁ ବିଶିଷ୍ଟ ବ୍ୟକ୍ତି ଓ ଶ୍ରୋତା ମାନେ ଯୋଗଦେଇଥିଲେ । ରେଡ଼ିଓ ସମ୍ପର୍କ ର ଗାୟତ୍ରୀ ତ୍ରିପାଠୀ, ଭବାନୀ ଶଙ୍କର ପାତ୍ର ପ୍ରମୁଖ ଏହି କାର୍ଯ୍ୟ କ୍ରମ ର ପରିଚାଳନା କରିଥିଲେ ।