ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀମତୀ ରୂପା ରୋଶନ ସାହୁ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ।
ଏହା ପୂର୍ବରୁ ସେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଭାବେ ଅବସ୍ଥିତ ଥିଲେ । ୨୦୦୬ ମସିହା ଆଇ.ଏ.ଏସ୍. କ୍ୟାଡର ଅଧିକାରୀ ଶ୍ରୀମତୀ ସାହୁ ପ୍ରଶାସନିକ ସେବା ଜୀବନର ଆରମ୍ଭରୁ ବିଭିନ୍ନ ପଦପଦବୀରେ ଅବସ୍ଥିତ ହୋଇ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି ।