Home News in Odia ରାଜ୍ୟସଭା ପାଇଁ ବଜେଡିର ନାମ ଘୋଷଣା

ରାଜ୍ୟସଭା ପାଇଁ ବଜେଡିର ନାମ ଘୋଷଣା

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ଆଜି ଯଥାକ୍ରମେ ଜୁନ୍‍ ୧୦ ଓ ୧୩ ତାରିଖରେ ହେବାକୁ ଥିବା ରାଜ୍ୟସଭା ର୍ନିବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ବିଜେଡି ସାଧାରଣ ସଂପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ ଏକ ବିବୃତ୍ତିରେ କହିଛନ୍ତି ଯେ ରାଜ୍ୟସଭା ଭୋଟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ମୁଖପାତ୍ର ସୁଲତା ଦେଓ, ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ, ବର୍ତ୍ତମାନର ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ବିଶି ଅଳ୍ପ କିଛି ଦିନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ ।

ଯଦିଓ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦିପ ମାଝି, ବାଗଚି ଦମ୍ପତି ଏବଂ ଆହୁରି ଅନେକଙ୍କ ନାମ ଚର୍ଚ୍ଚାରେ ରହିଥିଲା, ବିଜେଡି ସୁପ୍ରିମୋ ଦଳ ପାଇଁ କିନ୍ତୁ ଉପରୋକ୍ତ ନେତାଙ୍କ ଉଦ୍ୟମକୁ ବିଚାର କରି ଏହି ନାମଗୁଡିକ ଚୂଡାନ୍ତ କରିଛନ୍ତି ।

ଶ୍ରୀମତୀ ଦେଓ ଏବଂ ଶ୍ରୀ ମଙ୍ଗରାଜ ଗଣମାଧ୍ୟମ ବ୍ୟାପାରକୁ ଅତ୍ୟନ୍ତ ଅତ୍ୟନ୍ତୁ ସୁଚାରୁ ରୂପେ ପରିଚାଳନା କରୁଥିବାବେଳେ ଡକ୍ଟର ପାତ୍ରଙ୍କୁ ଦଳ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ବୋଲି ବିବେଚନା କରାଯାଇଛି ଏବଂ ରାଜ୍ୟସଭାରେ ତାଙ୍କର ପ୍ରଦର୍ଶନକୁ ଅକ୍ଷଧ୍ୟଙ୍କ ସମେତ ସମସ୍ତେ ପ୍ରଶଂସା କରିଛନ୍ତି ।

ଦଳ ସୂତ୍ରରୁ ପ୍ରକାଶ ଯେ ଶ୍ରୀ ବିଶିଙ୍କୁ ଆଦିବାସୀ ଚେହେରା ଭାବରେ ଚୟନ କରାଯାଇଥିଲା । ତିନୋଟି ଆସନ ପୂର୍ଣ୍ଣ ଅବଧି ଥିବାବେଳେ ଅନ୍ୟ ଏକ ଆସନରେ ଚାରି ବର୍ଷ କାର୍ଯ୍ୟକାଳ ଅଛି । ଏହି ଆସନ ପାଇଁ କାହାକୁ ମନୋନୀତ କରାଯିବ ତାହା ଦଳ ସ୍ପଷ୍ଟ କରିନାହିଁ ।

ପୂର୍ଣ୍ଣକାଳୀନ ଆସନ ପାଇଁ ମତଦାନ ଜୁନ୍ ୧୦ ରେ ଅନୁଷ୍ଠିତ ହେବ ଯେହେତୁ ଓଡିଶାର ତିନିଜଣ ରାଜ୍ୟସଭା ସଦସ୍ୟ – ଏନ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧ ରେ ଶେଷ ହେବାକୁ ଯାଉଛି ।

ଅନ୍ୟ ଏକ ଆସନ ପାଇଁ ମଧ୍ୟ ମତଦାନ ଅନୁଷ୍ଠିତ ହେବ ଯେହେତୁ ସୁବାସ ସିଂହ କଟକ ମେୟର ଭାବରେ ର୍ନିବାଚିତ ହେବା ପରେ ଏପ୍ରିଲରୁ ଏହି ଆସନରୁ ଇସ୍ତଫା ଦେଇଥିଲେ ।

୧୪୭ ଆସନ ବିଶିଷ୍ଟ ବିଧାନସଭାରେ ୧୧୩ ଆସନ ସହିତ ସମସ୍ତ ଚାରିଟି ରାଜ୍ୟସଭା ସିଟ୍ ଜିତିବା ବିଜେଡି ପାଇଁ ନିଶ୍ଚିତ ହୋଇଥିବାବେଳେ ୨୨ ଏବଂ ୯ ଟି ଆସନ ବିଶିଷ୍ଟ ବିଜେପି ଏବଂ କଂଗ୍ରେସରେ ଗୋଟିଏ ଆସନ ଜିତିବା ପାଇଁ ସଂଖ୍ୟା ନାହିଁ ।