ଭୁବନେଶ୍ୱର : ଆଂଚଳିକ ପାଣିପାଗ ବିଭାଗ ତରଫରୁ ଜାରି ସୂଚନା ଅନୁଯାୟୀ ୧୭ ଜୁନ୍ ରୁ ୧୯ ଜୁନ୍ ଓଡ଼ିଶା ଉପକୂଳରେ ୪୦-୫୦ କିଲୋମିଟର ଘଣ୍ଟା ବେଗରେ ପବନ ବହିବା ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ସେହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଦିଆଯାଇଛି ପରାମର୍ଶ I
ସେପଟେ ୩ଦିନ ବଜ୍ରପାତ ଜନିତ ଆଲର୍ଟ ଥିବା ବେଳେ ୧୯ ତାରିଖ ଭିତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା ଦେଇଚି ବିଭାଗ I ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ରହିଛି, ଯାହା ପ୍ରଥମ ସହିତ ମିଶିଛି।
ଏକ ଟ୍ରଫ୍ ପୂର୍ବ ମଧ୍ୟପ୍ରଦେଶରୁ ବାଂଲାଦେଶ ପର୍ଯ୍ୟନ୍ତ ବିସ୍ତାରିତ ହୋଇ ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ଗତି କରୁଛି ଯାହା ଫଳରେ ଉତ୍ତର ଓଡିଶାର ଜିଲା ମାନଙ୍କ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା I
ତେବେ ଆସନ୍ତା କାଲି ଗଜପତି, ରାୟଗଡା, କୋରାପୁଟ,ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, ମୟୂରଭଂଜ, ଓ ଜଗତସିଂହପୁର ଜିଲ୍ଲା ରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଏଲୋ ଆଲର୍ଟ ଜାରି କରିଛି ବିଭାଗ, ସେମିତି ୧୬ ତାରିଖ ରେ ବି ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ମୟୁରଭଞ୍ଜ, ଓ ବାଲେଶ୍ଵର ଜିଲ୍ଲା କୁ ଅରେଞ୍ଜ ଆଲର୍ଟ ଦେଇଚି ବିଭାଗ I ଏହି ସବୁ ଜିଲ୍ଲା ରେ ଘଡ଼ଘଡ଼ି ସହିତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହିତ ୩୦ ରୁ ୪୦ କିମି ବେଗରେ ଓ ଝଟକା ପବନ ହେବା ର ସୂଚନା ଦେଇଛି ।