ଭୁବନେଶ୍ୱର : ରାଜ୍ୟରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ତାଲିମ୍ ପ୍ରଦାନକରୁଥିବା ପ୍ରମୁଖ ଅନୁଷ୍ଠାନ ମଧୁସୂଦନ ଦାସଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ ଓ ଆଇଆଇଟ, ଖଡ଼ଗ୍ପୁରର ମିଳିତ ସହଯୋଗରେ ଚଳିତ ମେ ମାସ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଫିନଟେକଏବଂଏଆଇ ଓ ଏମ୍ଏଲ୍ ଉପରେଏକ ଚାରିଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବରିଷ୍ଠ ରାଜସ୍ୱ ଓ ଅଧିକାରୀମାନଙ୍କୁ ଫାଇନାନସିଆଲ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍(ଏଆଇ) ଏବଂ ମେସିନଲର୍ଣ୍ଣିଙ୍ଗ(ଏମଏଲ), ଡିଜିଟାଲ ଫାଇନାନ୍ସ, ଡାଟା ମ୍ୟାଇନିଙ୍ଗ, ଏକ୍ସଲେରେ ଡାଟା ଆନାଲିସିସ୍, ଷ୍ଟାଟିଷ୍ଟିକାଲ ଡିସ୍ଟି୍ରବୁ୍ୟସନ, ଡାଟା ଭିଜୁଆଲାଇଜେସନ, ଫାଇାନାନସିଆଲ ଫ୍ରଡ, ଫ୍ରଡ ଆନାଲିଟିକ୍ସ ଏବଂ ଇକୋନୋମେଟି୍ରକ୍ସ ଉପରେ ଉଚ୍ଚତର ତାଲିମ ପ୍ରଦାନ କରାଯାଉଅଛି ।
ରାଜ୍ୟର ଅର୍ଥ ବିଭାଗ, ସିଟି ଓ ଜିଏସ୍ଟି, କଣ୍ଟ୍ରୋଲର ଅଫ ଆକାଉଣ୍ଟସ କାର୍ଯ୍ୟାଳୟ, କୋଷାଗାର ଓ ନିରୀକ୍ଷଣ ନିର୍ଦ୍ଦେଶାଳୟ, ଗୋପାବନ୍ଧୁ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେସନ୍, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ଏକାଡେମୀ, ରାଜସ୍ୱ ଅଧିକାରୀ ତାଲିମ୍ ପ୍ରତିଷ୍ଠାନ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଓ ଓଡ଼ିଶା ଅର୍ଥ ସେବାର ବରିଷ୍ଠ ଅଧିକାରୀମାନେଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଅଛନ୍ତି।
ଆଇଆଇଟି, ଖଡ଼ଗ୍ପୁରର ସାତ ଜଣ ବରିଷ୍ଠ ପ୍ରଫେସରଙ୍କ ଦ୍ୱାରାଏହି ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଅଛି । ଏହି ତାଲିମ ଅଧିକାରୀମାନଙ୍କର ଆର୍ଥିକ କ୍ଷେତ୍ରରେ ହେଉଥିବା ସମ୍ଭାବ୍ୟ ଆର୍ଥିକ ଠକେଇ ଚିହ୍ନଟ କରିବା ଓ ସନ୍ଦେହଜନକ ଆର୍ଥିକ କାର୍ଯ୍ୟକଳାପକୁ ରୋକିବାର ଦକ୍ଷତା ବୃଦ୍ଧି କରିବ ଏବଂ ଆର୍ଥିକ ଅଖଣ୍ଡତା, ସ୍ୱଚ୍ଛତା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଦୃଢ଼ ଓ ଦ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ।
ତାଲିମ ପ୍ରଦାନର ଆୟୋଜକ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ ବିଶ୍ୱାସକରେ ଯେ ଉଚ୍ଚତର ଟେକ୍ନୋଲୋଜିର ପ୍ରୟୋଗ ନିମନ୍ତେ କରାଯାଉଥିବା ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅଧିକାରୀମାନଙ୍କର ଦକ୍ଷତା ବିକାଶ ସହିତ ଏହି ତାଲିମ ସେମାନଙ୍କର ଜଟିଳ ଆର୍ଥିକ ପରିଚାଳନା କରିବାର ଦକ୍ଷତା ବୃଦ୍ଧିକରିବ ଓ ଟିକସଦାତାଙ୍କ ଅର୍ଥର ସୁରକ୍ଷା ଓ ସୁବିନିଯୋଗ କରିବାରେ ସାହଯ୍ୟ କରିବ।