Home News in Odia ଯୋଜନାବଦ୍ଧ ସହର ବୃଦ୍ଧି ଉପରେ ଗୁରୁତ୍ୱ

ଯୋଜନାବଦ୍ଧ ସହର ବୃଦ୍ଧି ଉପରେ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଉନ୍ନୟନ କର୍ତ୍ତୃପକ୍ଷଗୁଡିକର କାର୍ଯ୍ୟ ସମ୍ପର୍କରେ  ବିଭାଗୀୟ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ସମୀକ୍ଷା କରିଛନ୍ତି । ବିକଶିତ ଓଡିଶା ବିକଶିତ ସହର l ଯୋଜନାବଦ୍ଧ ଭାବେ ରାଜ୍ୟରେ ବିକଶିତ ସହର ବୃଦ୍ଧି କରାଯିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି ।

ବିଡିଏ ଦ୍ୱାରା ଆରମ୍ଭ କରାଯାଇଥିବା ଟିପି ସ୍କିମ୍‍ ଅନ୍ୟ ସହରରେ କାର୍ଯ୍ୟକାରୀ ଲାଗି ଆଲୋଚନା ହୋଇଥିଲା । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପିପିପି ମୋଡରେ ସେମାନଙ୍କ ଅଧିନରେ ଥିବା ସରକାରୀ ଜମିଗୁଡିକର ସଦୁପଯୋଗ କର ନିଜର ଆୟ ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଖାଲିଥିବା ଟାଉନପ୍ଲାନର ପଦବୀର ଆବଶ୍ୟକତା, ପ୍ରସ୍ତୁତ କରାଯାଉଥିବା ଭିଜନ ଡକ୍ୟୁମେଣ୍ଟଗୁଡିକର କ୍ରିୟାଶୀଳ ଓ ଆବଶ୍ୟକତା ଦୃଷ୍ଟିରୁ ପରିବର୍ତ୍ତନ କରାଯିବା ଉପରେ ମଧ୍ୟ ଆଲୋଚା କରାଯାଇଛି ।

ବୈଠକ ପରେ ମନ୍ତ୍ରୀ ଡାଃ ମହାପାତ୍ର ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି  ଯେ ରାଜ୍ୟର ନିର୍ମାଣ ହେବ ନୂଆ ସହର `। ପୁରୁଣା ସହରର ହେବ ନବକଳେବର। ଓଡ଼ିଶାରେ ୧୭ ପ୍ରତିଶତ ଟାଉନ୍ ସିପ ରହିଛି ତାହା ୩୦ ପ୍ରତିଶତ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ।

ଆମେ ୨୦୩୬ ରେ ବିକଶିତ ଓଡିଶା ପାଇଁ ଚିନ୍ତା କରୁଛୁ ତେଣୁ ସହରର ବିକାଶରେ ଓଡ଼ିଶାର ବିକାଶ ହେବ ଏନେଇ ଗୁରୁତ୍ୱ ଦିଆଯାଉଛି । ସବୁ ଡେଭଲପମେଣ୍ଟ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି

ବିଭିନ୍ନ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି । ଯେଉଁ ଅଞ୍ଚଳରେ ପୁରୁଣା ସହର ରହିଛି ପୁରୁଣା ଘର ବା ଜାଗା ଅଛି ହେଲେ ଲୋକ ରାସ୍ତା କଥା ଭାବି ଘରଟିର କରି ପାରୁନାହାନ୍ତି ସେଥିପାଇଁ ନୂଆ ଆଇନ ଆସିବାକୁ ଯାଉଛି । ଯଦ୍ୱାରା ସହରିକରଣ ସରଳିକାରଣ ହେବ ଓ ପୁରୁଣା ସିଟି ଗୁଡିକରେ ମଧ୍ୟ ଲୋକମାନେ ଘର କରିପାରିବେ । ଟ୍ରାଇ ସିଟି ଡେଭଲପେମଣ୍ଟ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି ।

ଏହା ସହ ବ୍ରହ୍ମପୁରର ବିକାଶ ପାଇଁ ସ୍ବେରେଜ ଓ ଡ୍ରେନେଜ ପାଇଁ ଆଲୋଚନା ହୋଇଛି । ନୂଆ ଟିପି ସ୍କିମରେ ବୃହତ ସମ୍ବଲପୁର ଓ ବୃହତ ରାଉରକେଲା ପାଇଁ ଆଲୋଚନା ହୋଇଛି । ବିଲ୍ଡର ହୁଅନ୍ତୁ କି ସାଧାରଣ ଲୋକ ସରଳ ପ୍ରକ୍ରିୟାରେ ଲୋକମାନେ ନିର୍ଦ୍ଧାରିତ ସମୟରେ ଘର କରିବା କେମିତି ସମ୍ଭବ ହେବ ସେନେଇ ଆଲୋଚନା ହୋଇଛି । ଯେଉଁ ଘର ଗୁଡିକ ପାଇଁ ରେଜିଷ୍ଟ୍ରେସନରେ ବାଧା ଥିଲା ତାହା ମଧ୍ୟ ସମାଧାନ କରାଯାଉଛି । ଏ ହେଉଛି ଲୋକଙ୍କ ସରକାର ତେଣୁ ଲୋକଙ୍କ ପାଇଁ ଯାହା ଯାହା ଆବଶ୍ୟକ ସବୁ କରାଯିବ ବୋଲି ମନ୍ତ୍ରୀ ଡାଃ ମହାପାତ୍ର ସୂଚନା ଦେଇଛନ୍ତି I

ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢୀ ସ୍ୱାଗତ ଭାଷଣ କରି ବିକଶିତ ଓଡିଶା ୨୦୩୬ କୁ ଆଖିଆଗରେ ରଖି ରାଜ୍ୟରେ ଯେଉଁସବୁ ନୂଆ ସହର ଗଢି ଉଠିବ ସେଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ମହତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ । ତାକୁ ଦୃଷ୍ଟିରେ ରଖି ଉନ୍ନୟନ କର୍ତ୍ତୃପକ୍ଷଗୁଡିକ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣି ପରିସ୍ଥିତି ସହିତ ଖାପ ଖୁଆଇ କାମ କରିବାକୁ କହିଥିଲେ । ଖାରବେଳଭବନ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ପୌର ପ୍ରଶାସକ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ସଚିବ ଦେବାଶିଷ ସିଂହ, ସ୍ଵତନ୍ତ୍ର ସଚିବ ସୁଶାନ୍ତ ମିଶ୍ର , ବିଡିଏ, ସିଡିଏ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ପୁରୀ-କୋଣାର୍କ, କଳିଙ୍ଗନଗର, ପାରାଦୀପ୍‍, ତାଳଚେର-ଅନୁଗୁଳ-ନରାଜ ବିକାଶ ସଂସ୍ଥାର ଉପାଧ୍ୟକ୍ଷା ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।