ଭୁବନେଶ୍ୱର : ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ସଭାପତି ଭାବେ ଆଜି କୁନ ବିହାରୀ ଦାସ ଦାୟିତ୍ୱ ଗ୍ରହଣ କରିବା ସହିତ ଯୁବ ବର୍ଗର କଲ୍ୟାଣ ତାଙ୍କର ପ୍ରାଥମିକତା ହେବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ ଦାସଙ୍କୁ ଏହି ଦାୟିତ୍ୱ ମିଳିଛି ।
ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଯେଉଁ ଆଶା ଓ ଭରସା ରଖିଛନ୍ତି ତାହାକୁ ସେ ସାକାର କରିବେ । ରାଜ୍ୟରେ ଯୁବକଙ୍କ ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ରାଜ୍ୟରେ ଶିଳ୍ପ ବିକାଶ ହେଉଥିବାବେଳେ ଯୁବବର୍ଗଙ୍କ କଲ୍ୟାଣ ଓ ବିକାଶ ତାଙ୍କର ପ୍ରାଥମିକତା ହେବ ।
ଦାୟିତ୍ୱ ଗ୍ରହଣ ଅବସରରେ ବହୁ ସଂଖ୍ୟାରେ ଶୁଭେଚ୍ଛୁ ଓ ଦଳୀୟ କର୍ମକର୍ତ୍ତା ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଦାୟିତ୍ୱ ଗ୍ରହଣ ଉତ୍ସବରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶାସକଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ସର୍ବଶ୍ରୀ ସୁଶାନ୍ତ ବେହେରା, ସୁଶାନ୍ତ ରାଉତ, କିଶୋର ନାୟକ, ରଘୁନନନ୍ଦନ ଦାସ, ଅନୁଗୁଳ ପୌରପାଳିକାର ଅଧ୍ୟକ୍ଷ ମୁନା ସାମନ୍ତ, ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା, ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି, ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ମନ୍ଦାକିନି କର, କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୁପକାର, ମିହିର ରାଉତ, ରଞ୍ଜୁଲତା ରାୟ, ପ୍ରୀତିନନ୍ଦା ରାଉତରାୟ, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ ମହାପାତ୍ର, ଦୁର୍ଗା ସାମନ୍ତରାୟ, ସହ ସମ୍ପାଦକ ଅମରଜିତ ସେନାପତି, ଉମା ମିଶ୍ର, ଗୌତମବୁଦ୍ଧ ଦାଶ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ ।
ଯୁବ କଲ୍ୟାଣ ବୋର୍ଡର ନବ ନିଯୁକ୍ତ ଅଧ୍ୟକ୍ଷଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବାରୁ ତାଙ୍କ ସମର୍ଥକଙ୍କ ମହଲରେ ଉତ୍ସାହ ପ୍ରକାଶ ପାଇଛି । ବିଶେଷକରି ତାଙ୍କର କର୍ମଭୂମି ରାଉରକେଲାର ଶତାଧିକ ସମର୍ଥକ ଭୁବନେଶ୍ୱରରେ ଉପସ୍ଥିତ ହୋଇ ଶ୍ରୀ ଦାସଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜଣାଇଛନ୍ତି ।