ବାରିପଦା : ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୟୁରଭଞ୍ଜ ଗସ୍ତରେ ଆସି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ଭିତ୍ତିଭୂମି କାର୍ଯ୍ୟ ର ଅଗ୍ରଗତି ସମ୍ଭନ୍ଧ ରେ ଭିଡ଼ିଓ କନଫରେନସିଙ୍ଗ ଜରିଆରେ ସମୀକ୍ଷା କରିଥିଲେ ।
ଜିଲ୍ଲା ରେ ରେଳବାଇ, ହାଇୱେ, ଜାତୀୟ ରାଜପଥ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶକ୍ତି,ଗମନା ଗମନ, ବସଷ୍ଟାଣ୍ଡ ନିର୍ମାଣ, ମେଡିକାଲ କଲେଜ ଗୃହ, ଜିଲ୍ଲା ଅଦାଲତ ଗୃହ ନିର୍ମାଣ ଇତ୍ୟାଦି ର ଭିତ୍ତିଭୂମି ର ବିକାଶ ପାଇଁ କାର୍ଯ୍ୟ ଧାରାକୁ ବିଭାଗୀୟ ସମନ୍ୱୟ ରେ ତରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ସେ କହିଥିଲେ କି ଯେ କୌଣସି କ୍ଷେତ୍ର ରେ ଉନ୍ନତି କରିବା ପ୍ରସଙ୍ଗ ଉଠିଲେ ପ୍ରଥମେ ଏହାର ଭିତ୍ତିଭୂମି ର ବିକାଶ କଥା ଚିନ୍ତା କରିବାକୁ ପଡିଥାଏ ଏବଂ ଭିତ୍ତି ଭୂମି ର ମୌଳିକ ଆବଶ୍ୟକତା ହେଉଛି ଜମି.ଏହି ଜମି ଯୋଗାଇବା ରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି ରାଜସ୍ବ ବିଭାଗ ଓ ବନ ବିଭାଗ । ତେଣୁ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଜମି ଆବଣ୍ଟନ କ୍ଷେତ୍ର ରେ ଉପୁଜୁଥିବା ସମସ୍ୟା କୁ ସମାଧାନ କରି ଜମି ପାଇଁ ଯେମିତି ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ନହୁଏ ସେଥିପ୍ରତି ଯତ୍ନବାନ ହେବା ପାଇଁ ସମସ୍ତ ତହସିଲଦାର ଓ ପଦସ୍ଥ ବନ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ ।
ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ପରସ୍ପର ସମନ୍ୱୟ ରଖି ସକାରାତ୍ମକ ଚିନ୍ତାଧାରା ସହିତ ସକାରାତ୍ମକ କାର୍ଯ୍ୟ ସମ୍ପାଦନ ପାଇଁ ସମସ୍ତ ଅଧିକାରୀମାନେ ଚେଷ୍ଟିତ ହେବେ ବୋଲି ସେ ଆଶା ପୋଷଣ କରିଥିଲେ । ତହସିଲ କାର୍ଯ୍ୟାଳୟ ରୁ ଜନସାଧାରଣ ପାଉଥିବା ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ସରକାରୀ ସୁବିଧା ଗୁଡିକ ନିର୍ଧାରିତ ସମୟ ଅବଧି ମଧ୍ୟରେ ଯେମିତି ବିନା ବାଧାବିଘ୍ନ ରେ ଲୋକମାନେ ପାଇ ପାରିବେ ସେଥିପାଇଁ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି ଜଙ୍ଗଲ ରେ ଜୀବଜନ୍ତୁ ଙ୍କ ତୃଷା ନିବାରଣ ପାଇଁ କୁତ୍ରିମ ଗଡିଆ ନିର୍ମାଣ,ପାଣିଟାଙ୍କି ର ବ୍ୟବସ୍ଥା କରିବା,ବନାଗ୍ନି କୁ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଜଙ୍ଗଲ ନିକଟବର୍ତ୍ତୀ ଅଂଚଳ ରେ ବସଵାସ କରୁଥିବା ଲୋକମାନଙ୍କୁ ସେମାନଙ୍କ ଭାଷା ରେ ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମ ରେ ବ୍ୟାପକ ସଚେତନତା ସୃଷ୍ଟି କରାଇବା ସହ ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ଓ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଙ୍କ ଦ୍ୱାରା ସେମାନଙ୍କୁ ଉତ୍ତମ ଭାବେ ବୁଝାଇବା ,କର୍ମ ନିଯୁକ୍ତି ମାଧ୍ୟମରେ ସେମାନଙ୍କ ଜୀବନ ଜୀବିକା ରେ ସ୍ଥାୟୀତ୍ୱ ଆଣି ସେମାନଙ୍କ ଜୀବନ ଧାରଣ ମlନରେ ଉନ୍ନତି ଆଣିବା ଯଦ୍ୱାରା ସେମାନେ ଜଙ୍ଗଲ ରେ ନିଆଁ ଲଗାଇବା କାର୍ଯ୍ୟ ରୁ ନିବୃତ ହେବେ ଏବଂ ବ୍ୟାପକ ବନିକରଣ କାର୍ଯ୍ୟକ୍ରମ ଇତ୍ୟାଦି କରିବାକୁ ପଦସ୍ଥ ବନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକ ରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ, ଆର.ସି.ସି.ଏଫ. ଡ଼ା.ପ୍ରକାଶ ଚାନ୍ଦ ଗୋଗୀନେନି , ଅତିରିକ୍ତ ଜିଲ୍ଲlପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି,ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଯୋଶୀ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ, ବାରିପଦା ତହସିଲଦାର ଶ୍ରୀ ବିକ୍ରମ କିଶୋର ପରିଡା,ଶ୍ୟାମାଖୁଣ୍ଟା ତହସିଲଦାର ଶ୍ରୀ ରାଧା ରଞ୍ଜନ ଦାସ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସୁଜୟ କୁମାର ପତି ପ୍ରମୁଖ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ଅନ୍ୟାନ୍ୟ ତହସିଲଦାର, ବନ ଅଧିକାରୀ ଓ ବିଭାଗୀୟ ଅଧିକାରୀ ମାନେ ଆଭାସୀ ଜରିଆରେ ସଂଯୁକ୍ତ ହୋଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।
ଏହି ଗସ୍ତ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବାରିପଦା ସ୍ଥିତ ଶହୀଦ ପଡିଆ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଦ୍ଵିତୀୟ ବାସ ସ୍ଥଳ ପରିଦର୍ଶନ କରି ଜରାଜୀର୍ଣ୍ଣ ଅବସ୍ଥା ରେ ଥିବା ଉକ୍ତ ସ୍ଥାନକୁ ଖୁବ ଶୀଘ୍ର ପୁନଃରୁଦ୍ଧାର କରାଯାଇ ଏକ ନୂତନ ରୂପ ଦିଆଯିବ ବୋଲି ପ୍ରକାଶ କରିଥିଲେ ।