Home Health ମେଡିକାଲ କଲେଜରେ ମିଳିଲା ନୂଆ ନିଯୁକ୍ତି

ମେଡିକାଲ କଲେଜରେ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମେଡିକାଲମାନଙ୍କରେ ୯୧  ଜଣ ଆସିଷ୍ଟାଣ୍ଟ ପ୍ରଫେସର (୨୩ ଟି ବିଶେଷଜ୍ଞ ବିଭାଗରେ) ଏବଂ ୭ ଜଣ ଆସିଷ୍ଟାଣ୍ଟ ପ୍ରଫେସର (୬ ଟି ସୁପରସ୍ପେସାଲିଟି ବିଭାଗରେ) ଙ୍କୁ ନିଯୁକ୍ତି ଦେଇଛନ୍ତି ।

 ଏସ.ସି.ବି ମେଡିକାଲ କଲେଜରେ ୧୫ ଜଣ ସ୍ପେସିଆଲିଷ୍ଟ୍ ଓ ୪ ଜଣ ସୁପର ସ୍ପେସିଆଲିଷ୍ଟ୍, ଏମ.କେ.ସି.ଜି ବ୍ରହ୍ମପୁରରେ ୧୯ ଜଣ ସ୍ପେସିଆଲିଷ୍ଟ୍ ଓ ୩ ଜଣ ସୁପର ସ୍ପେସିଆଲିଷ୍ଟ୍, ପି.ଆର.ଏମ ମେଡିକାଲ କଲେଜ୍ ବାରିପଦାରେ ୬ ଜଣ, ଏସ.ଏଲ୍.ଏନ୍ ମେଡିକାଲ କଲେଜ୍ କୋରାପୁଟରେ ୧୦ ଜଣ, ଏଫ୍.ଏମ୍ ମେଡିକାଲ କଲେଜ ବାଲେଶ୍ଵରରେ ୦୬ ଜଣ, ବି.ବି ମେଡିକାଲ କଲେଜ ବଲାଙ୍ଗୀରରେ ୦୧ ଜଣ, ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ପୁରୀରେ ୦୨ ଜଣ, ସରକାରୀ ମେଡିକାଲ କଲେଜ ସୁନ୍ଦରଗଡ଼ରେ ୦୬ ଜଣ, ଡି.ଡି ମେଡିକାଲ କଲେଜ୍ କେନ୍ଦୁଝରରେ ୦୫ ଜଣ, ଏସ୍.ଆର.ଏମ ମେଡିକାଲ କଲେଜ୍ ଭବାନୀପାଟଣାରେ ୦୭ ଜଣ, ଏମ୍.ଜି.କେ ମେଡିକାଲ କଲେଜ୍ ଯାଜପୁରରେ ୦୨ ଜଣ, ପି.ଏମ.ପି ମେଡିକାଲ କଲେଜ୍ ତାଳଚେରରେ ୦୮ ଜଣ, ସରକାରୀ ମେଡିକାଲ କଲେଜ ଫୁଲବାଣୀରେ ୦୫ ଜଣ, ପି.ଜି.ଆଇ.ଏମ୍.ଇ .ଆର କ୍ୟାପିଟାଲ ହସ୍ପିଟାଲରେ ୦୮ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି ।

ଏହାଛଡା ବିଭିନ୍ନ ମେଡିକାଲ କଲେଜରେ ୩୮ ଟି ପ୍ରଫେସର୍ ଏବଂ ୨୭ ଟି ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀକୁ ବିଭାଗୀୟ ପଦୋନ୍ନତି ମାଧ୍ୟମରେ ପୁରଣ କରାଯାଇଛି ।

କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନସର ପ୍ରତିଷ୍ଠାନରେ ନୂଆ ୧୦ ଜଣ ସୁପର ସ୍ପେସିଆଲିଷ୍ଟ ଆସିଷ୍ଟାଣ୍ଟ ପ୍ରଫେସର୍ ନିଯୁକ୍ତି ସହ ଶିକ୍ଷା ଓ ଚିକିତ୍ସା ସୁବିଧା ପରିସର ବୃଦ୍ଧି କରାଯାଇଛି । ଏହି ବିଭାଗ ଗୁଡ଼ିକ ହେଲା ସର୍ଜିକାଲ ଅଙ୍କୋଲୋଜି, ଗାଇନାକୋଲୋଜିକକାଲ ଅଙ୍କୋଲୋଜି, ହେଡ ଓ ନେକ୍ ସର୍ଜରୀ, ମେଡିକାଲ ଅଙ୍କୋଲୋଜି ଏବଂ ଇଉରୋ ଅଙ୍କୋଲୋଜି । ଏହାଛଡା, ଏହି ପ୍ରତିଷ୍ଠାନରେ ୦୧ ଟି ପ୍ରଫେସର୍ ଏବଂ ୦୨ ଟି ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀକୁ ପଦୋନ୍ନତି ମାଧ୍ୟମରେ ପୁରଣ କରାଯାଇଛି ।

 ସବୁ ସରକାରୀ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଅଧିକ ନୂଆ ନିଯୁକ୍ତି ଦେବା ପାଇଁ ସରକାର ପ୍ରୟାସରତ ଅଛନ୍ତି । ଏହି ସବୁ କଲେଜରୁ ଆଗାମୀ ବର୍ଷମାନଙ୍କରେ ନୂଆ ଡ଼ାକ୍ତର, ବିଶେଷଜ୍ଞ ଏବଂ ସୁପର ସ୍ପେସିଆଲିଷ୍ଟ ମାନେ କୃତକାର୍ଯ୍ୟ ହେଲେ ରାଜ୍ୟରେ ଗୁଣାତ୍ମକ ସାର୍ବଜନୀନ ସ୍ଵାସ୍ଥ୍ୟସେବା ଅଧିକ ସହଜଲବ୍ଧ ହେବ ବୋଲି ଆଶା ପ୍ରକାଶ ପାଇଛି  ।