ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ପ୍ରଥମ ସଚିବ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସବୁ ବିଭାଗର ସଚିବମାନଙ୍କ ସହିତ ପରାମର୍ଶ କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା, ଓଡ଼ିଶା ଭିଜନ ଲକ୍ଷ୍ୟ ୨୦୩୬ ଓ ୨୦୪୭ ହାସଲ ପାଇଁ ପ୍ରଥମେ ୨ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା, ଅବିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟଭିତ୍ତିକ କାର୍ଯ୍ୟ, ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବା।
ପ୍ରଭାବଶାଳୀ ଓ ନିର୍ମଳ ଶାସନ ବ୍ୟବସ୍ଥା ପାଇଁ ଆପାରଗ ଓ ଅଯୋଗ୍ୟ କର୍ମଚାରୀମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା, ମିଶନ କର୍ମଯୋଗୀ ଅଧିନରେ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ନିମନ୍ତେ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି, ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରକଳ୍ପଗୁଡିକର ଗୁଣାତ୍ମକତା ବଜାୟ ରଖିବା ସହିତ ପ୍ରକଳ୍ପ କାର୍ଯ୍ୟକାରିତା ତ୍ୱରାନିତ୍ୱ କରାଯିବା ପାଇଁ ପ୍ରକଳ୍ପଓ୍ବାରୀ ତଦାରଖ, ବଜେଟ୍ ଅନୁମୋଦିତ ଖର୍ଚ୍ଚ ଓ ଏହାର ଫଳାଫଳ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।
ଏଥିସହିତ ରାଜ୍ୟର ଦୀର୍ଘମିଆଦି ବିକାଶ ପାଇଁ ଭିତ୍ତିଭୂମି, ଶିଳ୍ପ, ବନ୍ଦର, ସଡକ, ସେତୁ, ପାନୀୟ ଜଳ, ଜଳସେଚନ, ଶକ୍ତି ଓ ସହରାଞ୍ଚଳ ବିକାଶରେ ପୁଞ୍ଜି ବ୍ୟୟକୁ ତ୍ୱରାନିତ୍ୱ କରାଯିବା ଏବଂ ଗ୍ରାମୀଣ ବିକାଶ ପାଇଁ ମିଶନ ପାଓ୍ବାର କାର୍ଯ୍ୟକ୍ରମ ଦ୍ବାରା ପ୍ରତି ଗାଁକୁ ବିଦ୍ୟତ ଶକ୍ତି, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଏବଂ ସବୁ ଦିନିଆ ରାସ୍ତା ସୁବିଧା ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଥିଲେ ।
ଜନ ଅଭିଯୋଗଗୁଡିକ ୧୦ଦିନ ଭିତରେ ଫଇସଲା କରି ବିବରଣୀ ପ୍ରଦାନ କରିବା, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ଜିଲ୍ଲ। ଗସ୍ତ ବିବରଣୀ ପରିଦର୍ଶନ ପୋର୍ଟାଲରେ ଉଲ୍ଲେଖ କରିବା ଓ ଏହାର କାର୍ଯ୍ୟାନୁଷ୍ଠ।ନ ସଂପର୍କରେ ଅନୁସରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ତିନି ମାସ ରହିଥିବା ବେଳେ ବିଭିନ୍ନ ବିଭାଗଙ୍କୁ ୨୦୨୫-୨୬ ବଜେଟ୍ ଅନୁମୋଦିତ ପ୍ରସ୍ତାବ କାର୍ଯ୍ୟକାରୀ କରି ଖର୍ଚ୍ଚ ବୃଦ୍ଧି ଲକ୍ଷ୍ୟ ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ । ଏଥିସହିତ ପାଜ୍ୟର ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ କରିବାକୁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ ।
ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ସଂପୃକ୍ତ ବିଭାଗ ସମନ୍ୱୟରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୮ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସବୁ ଅଙ୍ଗନବାଡିରେ ଶୌଚାଳୟ ସୁବିଧା ସହିତ ସେଗୁଡିକର ରକ୍ଷଣାବେକ୍ଷଣ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲ।। ଏଥିସହିତ ଗୁଣାତ୍ମକ ଶିକ୍ଷା, ଗବେଷଣା, ଶିକ୍ଷାନୁଷ୍ଠାନଗୁଡିକରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ନିଯୁକ୍ତିଭିତ୍ତିକ ପାଠ୍ୟକ୍ରମ ଲାଗୁ କରିବାକୁ ପଦକ୍ଷେପ ନିଆଯିବ।

