Home News in Odia ମିଥ୍ୟା ପ୍ରଚାରରେ ପୁଲିସ୍‍ ବ୍ୟଥିତ

ମିଥ୍ୟା ପ୍ରଚାରରେ ପୁଲିସ୍‍ ବ୍ୟଥିତ

ଭୁବନେଶ୍ୱର : ପରୀ ହତ୍ୟା ଘଟଣାରେ ପୁଲିସ୍‍ ଅଧିକାରୀଙ୍କ ପ୍ରତି ହେଉଥିବା ମିଥ୍ୟା ଅଭିଯୋଗ ରାଜ୍ୟ ପୁଲିସ୍‍କୁ ବ୍ୟଥିତ କରିଛି । ଏଭଳି ଅପପ୍ରଚାରରୁ ଦୂରେଇ ରହିବାପାଇଁ ପୁଲିସ୍‍ ପକ୍ଷରୁ ଆଜି ନିବେଦନ କରାଯାଇଛି । ଏହି ମର୍ମରେ ରାଜ୍ୟ ପୁଲିସ୍‍ କହିଛି ଯେ ପରୀ ହତ୍ୟା ଘଟଣାରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍.ଆଇ.ଟି) ବିରୁଦ୍ଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଓଡିଶା ପୋଲିସ କୁ ବ୍ୟଥିତ କରିଛି ।

ଏହି ଦଳ ଖୁବ ନିଷ୍ଠା ଓ ତତ୍ପରତାର ସହ ରହସ୍ୟ ଉନ୍ମୋଚନ ପାଇଁ କାର୍ଯ୍ୟ କରୁଛି । ଅନେକ ଲୋକଙ୍କୁ ଏଥିପାଇଁ ଜେରା କରାଯାଇଛି ଏବଂ ଏ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ପୁରା ଗ୍ରାମ ତଦନ୍ତରେ ସହଯୋଗ କରିଛନ୍ତି । ତଦନ୍ତକାରୀ ସଂସ୍ଥାକୁ ବଦନାମ କରିବା ପାଇଁ ଜଣେ ବ୍ୟକ୍ତିଙ୍କର ଏପରି ଭିତ୍ତିହୀନ ଆରୋପକୁ ବ୍ୟବହାର କରାଯାଇଛି । ଏପରି ଆରୋପ ସତ୍ୟକୁ ଉନ୍ମୋଚନ କରିବା ପାଇଁ କାର୍ଯ୍ୟରତ ଅଧିକାରୀଙ୍କୁ ହତୋତ୍ସାହିତ କରିପାରେ । ଏହା ଦୁର୍ଭାଗ୍ୟଜନକ ଏବଂ ନୀତିହୀନ କାର୍ଯ୍ୟ ଅଟେ ।

ଉଲ୍ଲେଖଯୋଗ୍ୟଯେ ଏହି ମାମଲାଟି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ମନିଟରିଂ କରାଯାଉଛି ଏବଂ ଏସ୍.ଆଇ.ଟି ମାମଲାର ଅଗ୍ରଗତି ବାବଦରେ ଉଚ୍ଚ ନ୍ୟାୟାଳୟକୁ ଅବଗତ କରୁଛନ୍ତି ।

ଏସ୍.ଆଇ.ଟିକୁ ତାର କାର୍ଯ୍ୟକୁ ଠିକ ଭାବରେ ପୂରା କରିବା ପାଇଁ ଏହି ପରିପ୍ରେକ୍ଷୀରେ ଆମେ ସମସ୍ତଙ୍କୁ ଏବଂ ବିଶେଷ ଭାବରେ ଗଣମାଧ୍ୟମକୁ ନିବେଦନ କରୁଛୁ । ଏଇ ସଂବେଦନଶୀଳ ମାମଲାର ଏକ ସ୍ୱଚ୍ଛ ଏବଂ ନିରପେକ୍ଷ ତଦନ୍ତ ପାଇଁ ଓଡିଶା ପୋଲିସ ପ୍ରତିଶୃତିବଦ୍ଧ । ଆମେ ଭରଷା ଦେଉଛୁ କି ପରୀକୁ ନ୍ୟାୟ ପ୍ରଦାନ ପାଇଁ ଆମେ ସମସ୍ତ ପ୍ରଚେଷ୍ଟା କରିବୁ ।