Home General ମା  ମଙ୍ଗଳା  ପୀଠ ର ହେବ ଉନ୍ନତିକରଣ 

ମା  ମଙ୍ଗଳା  ପୀଠ ର ହେବ ଉନ୍ନତିକରଣ 

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ  ନବୀନ  ପଟନାୟକ ଙ୍କ  ନିର୍ଦ୍ଦେଶ  କ୍ରମେ  ମୁଖ୍ୟମନ୍ତ୍ରୀ ଙ୍କ  ସଚିବ  ୫ଟି ଶ୍ରୀ  ଭି  କେ  ପାଣ୍ଡିଆନ୍  ଆଜି  ସକାଳେ  ପୁରୀ  କୋଣାର୍କ  ଓ  କାକଟପୁର  ଗସ୍ତରେ  ଯାଇ  ବିଭିନ୍ନ  ବିକାଶ  କାମ  ବୁଲି  ଦେଖିବା  ସହ  ମା  ମଙ୍ଗଳାଙ୍କ  ପୀଠର  ଉନ୍ନତିକରଣ  ସମ୍ପର୍କରେ  ସେବାୟତ  ଓ  ସ୍ଥାନୀୟ  ଲୋକଙ୍କ  ସହ  ଆଲୋଚନା  କରିଥିଲେ  ।

ଜଗନ୍ନାଥ  ସଂସ୍କୃତି ରେ  ମା  ମଙ୍ଗଳାଙ୍କ ପୀଠ ର ସ୍ଵତନ୍ତ୍ର  ମହତ୍ତ୍ୱ  ରହିଛି  ।  ବିଶେଷ  କରି  ନବକଳେବର  ସମୟରେ  ଦାରୁ  ଅନ୍ୱେଷଣ  କାର୍ଯ୍ୟ  ମାଆଙ୍କ  ନିର୍ଦ୍ଦେଶ ରେ  କରଯାଇଥାଏ  ବୋଲି  ବିଶ୍ବାସ  ରହିଛି  ।  ଏତଦବ୍ୟତୀତ  ଓଡ଼ିଶାର  ପ୍ରମୂଖ  ଶକ୍ତି  ପୀଠ  ଭାବରେ ମା  ମଙ୍ଗଳା  ପୀଠ ଓଡ଼ିଶାର  ଘରେ  ଘରେ  ପରିଚିତ । ପ୍ରତିଦିନ  ହଜାର  ହଜାର  ଭକ୍ତ  ମା ଙ୍କ  ଦର୍ଶନ  ପାଇଁ  କାକଟପୁର ଆସିଥାନ୍ତି  ।  ତେଣୁ ୫ଟି ଉପକ୍ରମ ରେ ଏ   ପୀଠର ଉନ୍ନତିକରଣ  ପାଇଁ  ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ  ଦେଇଛନ୍ତି  ।

ଗସ୍ତ  ଅବସରରେ  ଶ୍ରୀ  ପାଣ୍ଡିଆନ୍  ମଙ୍ଗଳା ପୀଠର  ସେବାୟତ   ଓ  ସ୍ଥାନୀୟ  ଲୋକଙ୍କ  ସହ  ପୀଠର ଉନ୍ନତିକରଣ  ବିଷୟରେ  ଆଲୋଚନା  କରିଥିଲେ  । ମନ୍ଦିର  ଜଳନିଷ୍କାସନ,  ପାର୍କିଂ  ଯାତ୍ରୀଙ୍କ  ସୁବିଧା  ପ୍ରାଚୀ  ନଦୀ  ଘାଟ ର  ଉନ୍ନତିକରଣ  ଆଦି  ପାଇଁ  ପଦକ୍ଷେପମାନ  ଗ୍ରହଣ  କରାଯିବ ।

ଏଥି  ନିମନ୍ତେ  ସେବାୟତ  ସ୍ଥାନୀୟ  ଲୋକ ଓ  ଟ୍ରଷ୍ଟି  ମାନଙ୍କ୍  ସହ  ଆଲୋଚନା  କରି ବିସ୍ତ୍ରୁତ  ଯୋଜନା  ପନ୍ଦର  ଦିନ  ମଧ୍ୟରେ ପ୍ରସ୍ତୁତ  କରିବା  ନିର୍ଦ୍ଦେଶ  ଦେଇଥିଲେ । ଏହା ମୁଖ୍ୟମନ୍ତ୍ରୀ ଙ୍କ  ଅନୁମୋଦନ  ନିମନ୍ତେ  ଉପସ୍ଥାପନ  କରାଯିବ  ବୋଲି  ଶ୍ରୀ  ପାଣ୍ଡିଆନ୍  ପ୍ରକାଶ  କରିଥିଲେ  ।  ସେତୁ ନିର୍ମାଣ ନିଗମ ଏହି  ଯୋଜନା  ପ୍ରସ୍ତୁତ  କରିବ  ।

ପୂର୍ବରୁ  ଶ୍ରୀ ପାଣ୍ଡିଆନ୍   ପୁରୀ ରେ ଶ୍ରୀ ଜଗନ୍ନାଥ   ମହାପ୍ରଭୁଙ୍କୁ ଦର୍ଶନ  କରି  ପରିକ୍ରମା  ପ୍ରକଳ୍ପ  ବୁଲି  ଦେଖିଥିଲେ  .ସେଠାରୁ  ଶ୍ରୀ ଜଗନ୍ନାଥ ମେଡିକାଲ  କଲେଜ  ନିର୍ମାଣ  କାମ  ବୁଲି  ଦେଖିଥିଲେ ଓ  ଅଗ୍ରଗତି ର  ସମୀକ୍ଷା  କରିଥିଲେ  । ୨୦୨୩ ଜୁନ  ସୁଦ୍ଧା  କାମ  ଶେଷ  ହେବ  ବୋଲି  ସମୀକ୍ଷା ରୁ  ଜଣାଯାଇଛି  ।

ପରେ  କୋଣାର୍କ  ଯାଇ ୫ଟି ସଚିବ  ଶ୍ରୀ ପାଣ୍ଡିଆନ୍ ଚନ୍ଦ୍ରଭାଗା   ବେଳାଭୂମି  ବିକାଶ  କାମ,  କୋଣାର୍କ  ଚନ୍ଦ୍ରଭାଗା ରାଜ୍ୟ  ରାଜପଥର  ସମ୍ପ୍ରସାରଣ ଓ  ନୂଆ  ରିଂ ରୋଡ  କାମ  ଅନୁଧ୍ୟାନ  କରିଥିଲେ  ।  କାମର  ଅଗ୍ରଗତି  ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ  ସଚିବ  ୫ଟି ଶ୍ରୀ  ପାଣ୍ଡିଆନ୍  ସମୀକ୍ଷା  କରିଥିଲେ । କୋଣାର୍କ  ଚନ୍ଦ୍ରଭାଗା  ରାଜପଥ  ସମ୍ପ୍ରସାରଣ  କାମ  ୨୦୨୩ ଏପ୍ରିଲ  ସୁଦ୍ଧା  ଶେଷ  କରିବାକୁ  ଶ୍ରୀ ପାଣ୍ଡିଆନ୍  ନିର୍ଦ୍ଦେଶ  ଦେଇଥିଲେ  ।

୫ଟି ସଚିବ ଙ୍କ  ପରିଦର୍ଶନ  ସମୟରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ , ପୁରୀ  ଜିଲ୍ଲାପାଳ  ସମର୍ଥ  ବର୍ମା ,ଏସପି,  ତଥା  ବରିଷ୍ଠ  ଅଧିକାରୀ  ମାନେ  ଉପସ୍ଥିତ  ଥିଲେ ।