Home News in Odia ମାନସଙ୍କ ଘର ବାହୁଡାରେ ଉତ୍ସାହିତ

ମାନସଙ୍କ ଘର ବାହୁଡାରେ ଉତ୍ସାହିତ

ଭୁବନେଶ୍ଵର : ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର ହେବା ପରେ ଦଳର ଯୁବ ଓ ଛାତ୍ର ନେତାମାନେ ଉତ୍ସାହିତ ହୋଇ ଉଠିଛନ୍ତି । ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ପ୍ରଦେଶ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଆଜି ପ୍ରଦେଶ ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର ଏବଂ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ୍ ପ୍ରଧାନଙ୍କ ନେତୃତ୍ୱରେ ବହୁ ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଶ୍ରୀ ଚୌଧୁରୀଙ୍କ ବାସଭବନକୁ ଯାଇ ଶ୍ରୀ ଚୌଧୁରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ୟାସିର ନୱାଜ, ସୁଦିପ ସାମଲ, ନିହାର ବେହେରା, ଆଲୋକ ଦାସ, ସାରୁ ଖାନ୍, ମହମ୍ମଦ ପରଭେଜ୍, ଜଗଦିଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।