କଳାହାଣ୍ଡି : ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ବ୍ୟବସାୟିକ ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ, କଳାହାଣ୍ଡି ଜିଲ୍ଲାର ଗୁଣପୁର ଗ୍ରାମରେ ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତାର ହାତ ବଢ଼ାଇଛି। ଚପଲ ତିଆରି, କାଗଜ ପ୍ଲେଟ୍ ଉତ୍ପାଦନ, ଚାଉଳ କଳ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଗ୍ରାମୀଣ ମହିଳାମାନଙ୍କ ପାଇଁ ରୋଜଗାରର ପନ୍ଥାକୁ ସୁଦୃଢ କରିବା ସହିତ କ୍ଷୁଦ୍ର ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହିତ ଏବଂ ଏହି ଅଞ୍ଚଳର ମହିଳାମାନଙ୍କ ପାଇଁ ଦୀର୍ଘକାଳୀନ ଆର୍ଥିକ ସ୍ୱାଧୀନତାକୁ ସକ୍ଷମ କରିବା ପାଇଁ ବେଦାନ୍ତ ଆଲୁମିନିୟମ ଏଭଳି ଏକ ପଦକ୍ଷେପ ହାତକୁ ନେଇଛି ।
କମ୍ପାନୀ ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୪୫ ଜଣ ମହିଳାଙ୍କ ପାଇଁ ଆର୍ଥିକ ସ୍ୱାଧୀନତା ଉପରେ ଏକ ବ୍ୟାପକ କର୍ମଶାଳାର ଆୟୋଜନ କରିଥିଲା। ଏହି କର୍ମଶାଳା ଆୟ ସୃଷ୍ଟିକାରୀ ପଦକ୍ଷେପ, ବଜାର ବ୍ୟବସ୍ଥା ଏବଂ ବିକ୍ରୟ ଦକ୍ଷତା ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦେଇଥିଲା। ବିଶେଷଜ୍ଞଙ୍କ ଦ୍ୱାରା ମାର୍ଗଦର୍ଶନ କରାଯାଇ ଅଂଶଗ୍ରହଣକାରୀମାନଙ୍କୁ ଆର୍ଥିକ ସହାୟତା ହାସଲ ପାଇଁ ପ୍ରଭାବଶାଳୀ ଏବଂ ଆତ୍ମବିଶ୍ୱାସର ସହିତ ସେମାନଙ୍କ ଉଦ୍ୟୋଗଗୁଡ଼ିକୁ ପରିଚାଳନା କରିବାକୁ ଆବଶ୍ୟକ ଜ୍ଞାନ ଏବଂ ବ୍ୟବହାରିକ ଦକ୍ଷତା ପ୍ରଦାନ କରାଯାଥିଲା।
ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା ଗୁରୁତ୍ୱାରୋପ କରି କହିଥିଲେ ଯେ “ବେଦାନ୍ତ ଆଲୁମିନିୟମରେ, ମହିଳାମାନଙ୍କର ସମସ୍ତ ସ୍ବପ୍ନ ସାକାର କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। କଳାହାଣ୍ଡି ଏବଂ ସମଗ୍ର ଓଡ଼ିଶାରେ ଆମର ପଦକ୍ଷେପଗୁଡ଼ିକ ମହିଳା ଉଦ୍ୟୋଗୀମାନଙ୍କୁ ପୋଷଣ କରିବା ପ୍ରତି ଆମର ଉତ୍ସର୍ଗକୁ ପ୍ରତିଫଳିତ କରେ। ଏକଦା ଯେଉଁ ଅଞ୍ଚଳରେ ମହିଳାମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କ ପିଲାମାନଙ୍କୁ ବିକ୍ରି କରିବା ଭଳି ହୃଦୟ ବିଦାରକ ପନ୍ଥା ବାଛି ନେଉଥିଲେ, ସେମାନେ ଏବେ ଆତ୍ମବିଶ୍ୱାସୀ, ଆର୍ଥିକ ଭାବରେ ସ୍ୱାଧୀନ ଏବଂ ପରିବର୍ତ୍ତନକାରୀ ଭୂମିକାରେ ପାଦ ଦେବା ସହିତ ନିଜ ଜୀବନ ଓ ସମଗ୍ର ସମ୍ପ୍ରଦାୟର ଜୀବନକୁ ପରିବର୍ତ୍ତନ କରୁଛନ୍ତି।”
ମା ଲଙ୍କେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଚିବ କାଲେନ୍ଦିରୀ ଧଙ୍ଗଡାମାଝୀ କହିଛନ୍ତି, “ଆମେ ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବରେ ସଶକ୍ତ କରିବା ଏବଂ ଜୀବିକା ନିର୍ବାହରେ ସାହାଯ୍ୟ କରିବା ପାଇଁ ବେଦାନ୍ତର ଦୃଢ଼ ପ୍ରତିବଦ୍ଧତା ପାଇଁ କୃତଜ୍ଞ। ସେମାନଙ୍କ ସମର୍ଥନ ଆମକୁ କେବଳ ଆବଶ୍ୟକୀୟ ଉପକରଣ ଯୋଗାଇନାହିଁ ବରଂ ସ୍ଥାୟୀ ବ୍ୟବସାୟ କରିବା ପାଇଁ ଦକ୍ଷତା ମଧ୍ୟ ପ୍ରଦାନ କରିଛି।”
ପ୍ରୋଜେକ୍ଟ ପଞ୍ଝି ଏବଂ ପ୍ରୋଜେକ୍ଟ ଶ୍ରୀଶକ୍ତି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ଏବଂ ଅବହେଳିତ ସମ୍ପ୍ରଦାୟର ମହିଳାମାନଙ୍କୁ ଶିକ୍ଷା, ନିଯୁକ୍ତି ସୁଯୋଗ ଏବଂ ବିଭିନ୍ନ କର୍ମକ୍ଷେତ୍ର ନୀତି ସହିତ ସଶକ୍ତ କରିଚାଲିଛି। ବେଦାନ୍ତ ଆଲୁମିନିୟମ ଏହି ପ୍ରୟାସଗୁଡ଼ିକ ନିଜ କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପ୍ରତି ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପାଇଁ ସମ୍ପ୍ରଦାୟ ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠି ଅଂଶୀଦାରମାନଙ୍କ ସହିତ ଘନିଷ୍ଠଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ଉଭୟ ସାମାଜିକ-ଆର୍ଥିକ ପ୍ରଗତିର ସମ୍ପ୍ରସାରଣ କରିଛି। ବେଦାନ୍ତର ସାମାଜିକ ପ୍ରଭାବ ପଦକ୍ଷେପଗୁଡ଼ିକ କଳାହାଣ୍ଡିର ୬୭ଟି ଗାଁର ୧.୫ ଲକ୍ଷ ଲୋକଙ୍କ ଏବଂ ଓଡ଼ିଶାରେ ୫ ଲକ୍ଷ ଲୋକଙ୍କ ଜୀବନକୁ ସ୍ପର୍ଶ କରିଛି।