Home General ମହାକାଶ କ୍ଷେତ୍ର ପାଇଁ ୧୦୦୦ କୋଟି

ମହାକାଶ କ୍ଷେତ୍ର ପାଇଁ ୧୦୦୦ କୋଟି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇନ୍-ସ୍ପେସ୍ ଅଧୀନରେ ମହାକାଶ କ୍ଷେତ୍ର ପାଇଁ ୧ ହଜାର କୋଟି ଟଙ୍କାର ଭେଞ୍ଚର୍ କ୍ୟାପିଟାଲ ପାଣ୍ଠି ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଛି।

ପ୍ରସ୍ତାବିତ ୧ହଜାର କୋଟି ଟଙ୍କାର ଭେଞ୍ଚର୍‌ କ୍ୟାପିଟାଲ ପାଣ୍ଠି କାର୍ଯ୍ୟକାରୀ ହେବା ତାରିଖ ଠାରୁ ପାଞ୍ଚ ବର୍ଷ ମଧ୍ୟରେ ଏହାକୁ ବିନିଯୋଗ କରିବା ଲାଗି ଯୋଜନା କରାଯାଇଛି। ନିବେଶ ସୁଯୋଗ ଏବଂ ପାଣ୍ଠି ଆବଶ୍ୟକତାକୁ ଆଧାର କରି ପ୍ରତି ବର୍ଷ ହାରାହାରୀ ୧୫୦-୨୫୦ କୋଟି ଟଙ୍କା ବିନିଯୋଗ କରାଯିବ।

କମ୍ପାନିର ସ୍ଥିତି, ଏହାର ଅଭିବୃଦ୍ଧି ପଥ ଏବଂ ଜାତୀୟ ମହାକାଶ ସାମର୍ଥ୍ୟ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ଉପରେ ନିର୍ଭର କରି ୧୦-୬୦ କୋଟି ଟଙ୍କାର ପୁଞ୍ଜିନିବେଶର ସୂଚକ ସୀମା ଧାର୍ଯ୍ୟ କରାଯାଇଛି। ସୂଚକ ଇକ୍ୱିଟି ନିବେଶ ସୀମା ନିମ୍ନମତେ ହୋଇପାରେ:

ବିକାଶ ସ୍ଥିତି: ୧୦ କୋଟି ଟଙ୍କା-୩୦ କୋଟି ଟଙ୍କା । ବିଳମ୍ବିତ ବିକାଶ ସ୍ଥିତି: ୩୦ କୋଟି ଟଙ୍କାରୁ ୬୦ କୋଟି ଟଙ୍କା। ଉପରୋକ୍ତ ନିବେଶ ସୀମାକୁ ଆଧାର କରି ଏହି ପାଣ୍ଠି ଦ୍ୱାରା ଆନୁମାନିକ ୪୦ ଷ୍ଟାର୍ଟଅପ୍‌କୁ ସମର୍ଥନ ଯୋଗାଇ ଦେବାକୁ ଆଶା କରାଯାଉଛି।