ଭୁବନେଶ୍ୱର : ଧାର୍ଯ୍ୟ ଦର ଠାରୁ ଅଧିକ ମୂଲ୍ୟରେ ମଦ ବିକ୍ରି କରି ଦୋକାନୀମାନେ ୩୭ଲକ୍ଷ ଟଙ୍କାର ତଣ୍ଡ ଗଣିଲେଣି । କେବଳ ଗତ ଆର୍ଥିକ ବର୍ଷରେ ଏ ବାବଦରେ ୨୯ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଛି ।
ବିଜେଡି ବିଧାୟକ ଅରବିନ୍ଦ ଢାଲିଙ୍କ ଏକ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତିଯେ ରାଜ୍ୟରେ ଥିବା ଦେଶୀ ଓ ବିଦେଶୀ ମଦଦୋକାନ ଗୁଡିକରେ ଧାର୍ଯ୍ୟ ଦରଠାରୁ ଅଧିକ ଦାମ୍ରେ ମଦ ବିକ୍ରି ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । କୌଣସି ଠାରେ ଏଭଳି ଆସିବାମାତ୍ରେ ଦୋକାନଗୁଡିକ ଉପରେ ରାଜ୍ୟସ୍ତରୀୟ ସ୍କ୍ୱାଡ୍ ଦ୍ୱାରା ଅଚାନକ ଚଢଉ କରାଯାଇଥାଏ ।
ରାଜ୍ୟରେ ୨୦୨୧-୨୨ ବର୍ଷରେ ୨୯ଟି ମାମଲାରେ ୨୯ଲକ୍ଷ ଟଙ୍କାର ଜୋରିମାନା ଅଦାୟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଜୁନ୍ ମାସ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୩୧ଦର ଦର ଉଲ୍ଲଙ୍ଘନ ମାମଲା ନଜରକୁ ଆସିଥିବାବେଳେ ୮ଟି ଗୁରୁତର ଅନିୟମିତତା ରିପୋର୍ଟର ଫଏସଲା କରାଯାଇ ୮ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଛି । ଅବଶିଷ୍ଟ ୨୩ଟି ମାମଲା ବିଚାରଧିନ ରହିଛି ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜୟଦେବ ନିର୍ବାଚନମଣ୍ଡଳୀରେ ୫ଟି ଦେଶୀ ଓ ବିଦେଶୀ ମଦଦୋକାନ ଥିବାବେଳେ ସେଠାରେ ଧାର୍ଯ୍ୟ ଦର ଠାରୁ ଅଧିକ ଦାମରେ ମଦ ବିକ୍ରି ହେଉଥିବାର ଅଭିଯୋଗ ଆସିନାହିଁ । ଯଦି ଏଭଳି ଅଭିଯୋଗ ଆସିବ ତେବେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । (ତଥ୍ୟ)