Home General ଭୁବନେଶ୍ୱରରେ ଏନଆଇଏ ଶାଖା

ଭୁବନେଶ୍ୱରରେ ଏନଆଇଏ ଶାଖା

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା (ଏନଆଇଏ)ର ଶାଖା। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱରର ଭିଏସଏସନଗରରେ ପ୍ରାରମ୍ଭିକ ଭାବେ ଏନଆଇଏର ଶାଖା କାର୍ଯ୍ୟ କରିବ ବୋଲି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ୱାରା ବିଜ୍ଞପ୍ତି ସ୍ୱାକ୍ଷରିତ ହୋଇଛି ।

୨୦୦୮ ମସିହାରେ ଭାରତରେ ପ୍ରଥମ କରି ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା । ଏହାର ପ୍ରାଥମିକ ଭୂମିକା ହେଉଛି ଆତଙ୍କବାଦ ସହିତ ଜଡିତ ଅପରାଧ ଏବଂ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକର ତଦନ୍ତ ଏବଂ ବିଚାର କରିବା । ଏନଆଇଏ ମଧ୍ୟ ଆତଙ୍କବାଦୀ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ଉପରେ ଲକ୍ଷ୍ୟ ରଖିଥାଏ ।

ଅପରେସନ ସିନ୍ଦୂର ପରେ ଦେଶରେ ଆତଙ୍କବାଦୀଙ୍କ ସବୁ ଲିଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତକାଲି ଭାରତରୁ ଛଅ ଜଣ ପାକିସ୍କାନୀ ସ୍ପାଏ ଗିରିଫ ହୋଇଛନ୍ତି। ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ସ୍ପାଏମାନେ ଆକ୍ଟିଭ ଥିବା ସନ୍ଦେହ କରାଯାଉଛି। ଏମିତି ବି ବର୍ଷ ବର୍ଷ ଧରି ଟୁରିଷ୍ଟ ଭିସାରେ ଭାରତ ଆସି ଆଉ ଫେରିନାହାଁନ୍ତି ବହୁ ଭାରତୀୟ। ସେମାନଙ୍କ ଲିଙ୍କରେ ମଧ୍ୟ ଆତଙ୍କବାଦୀଙ୍କ ସ୍ପାଏମାନେ ଓଡିଶାରେ ଆତ୍ମଗୋପନ କରିଥାଇପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି। ତେଣୁ ରାଜ୍ୟ ସରକାର ଓଡିଶାରେ ଏନଆଇଏର ଶାଖା ଖୋଲିଥିବା ବେଳେ ଜଣେ ଏସପି ଏହାର ଦାୟିତ୍ବରେ ରହିବେ ବୋଲି କୁହାଯାଇଛି।