Home Judiciary ଭିନ୍ନକ୍ଷମ ବଞ୍ଚିତଙ୍କୁ ଓଏଏସ୍‍ ଚାକିରି ଦିଅ

ଭିନ୍ନକ୍ଷମ ବଞ୍ଚିତଙ୍କୁ ଓଏଏସ୍‍ ଚାକିରି ଦିଅ


ଭୁବନେଶ୍ୱର : ଓଏଏସ୍‍ ଚାକିରିରେ ନିଯୁକ୍ତି ଲାଗି ଅଧିକ ନମ୍ବର ରଖିଥିବା ଜଣେ ଶାରିରୀକ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପ୍ରାର୍ôଥତ୍ୱକୁ ନାକଚ କରି ତାଙ୍କଠାରୁ ଢେର୍‍ କମ୍‍ ନମ୍ବର ରଖିଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବା ଘଟଣାକୁ ଓଡ଼ିଶା ହାଇକୋର୍ଟ ନାପସନ୍ଦ କରିଛନ୍ତି । ସମ୍ପୃକ୍ତ ପ୍ରାର୍ଥୀଙ୍କ ନାମ ସେ ରଖିଥିବା ନମ୍ବର ଆଧାରରେ ଯୋଗ୍ୟତା ତାଲିକାରେ ସ୍ଥାନିତ କରିବା ସଙ୍ଗେ ସଙ୍ଗେ ୨ମାସ ଭିତରେ ତାଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ତାଙ୍କ ନ୍ୟାୟସଙ୍ଗତ ଅଧିକାରରୁ ବଞ୍ôଚତ କରାଯାଇଥିବାରୁ ଏହି ପ୍ରାର୍ଥୀଙ୍କୁ ୧ଲକ୍ଷ ଟଙ୍କା ୨ମାସ ମଧ୍ୟରେ ପ୍ରଦାନ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ଇଜିଲାସ୍‍ରେ ଏହି ମାମଲାର ଦୀର୍ଘ ଶୁଣାଣି ପରେ ଆଜି ଖୋଲା ଅଦାଲତରେ ରାୟ ପ୍ରକାଶ ପାଇଛି । ଆବେଦନକାରୀଙ୍କ ଯୁକ୍ତି ସହିତ ରାଜ୍ୟ ସରକାର ସହମତ ଥିବାବେଳେ ଓଡ଼ିଶା ଲୋକସେବା ଆୟୋଗ କିନ୍ତୁ ଭିନ୍ନ ମତ ପୋଷଣ କରି ୨୦୧୮ ଡିସେମ୍ବର ୧୯ ତାରିଖରେ ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପ୍ରାର୍ôଥତ୍ୱକୁ ନାକଚ କରିଦେଇଥିଲା । ସେ ଦାଖଲ କରିଥିବା ସାର୍ଟିଫିକେଟ ଗୁଡିକର ତନଖି ପରେ ଆୟୋଗ ତାଙ୍କୁ ପ୍ରିଲିମ୍‍ନାରୀ, ଲିଖିତ ଓ ମୌଖିକ ପରୀକ୍ଷା ପାଇଁ ଡାକିଥିଲା ଏବଂ ୨୪ବର୍ଷ ବୟସ୍କ ଏହି ଭିନ୍ନକ୍ଷମ ପ୍ରାର୍ଥୀ ଜଣକ କୌଣସି ବିଶେଷ ସହାୟତା ନନେଇ ଏହି ପରୀକ୍ଷାରେ ୧୩୬୫ ନମ୍ବର ରଖିଥିଲେ । ତେବେ ୧୩୦୨ ନମ୍ବର ରଖିଥିବା ଅଣସଂରକ୍ଷିତ ଓ ୧୦୬୫ ନମ୍ବର ରଖିଥିବା ଭିନ୍ନକ୍ଷମ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ଏହି ମେଧାବୀ ପ୍ରାର୍ଥୀଙ୍କୁ ଚାକିରିରୁ ବଞ୍ôଚତ କରାଯାଇଥିଲା ।

ତ୍ରୁଟିପୂର୍ଣ୍ଣ ଡାକ୍ତରୀ ଚିକିତ୍ସା ଯୋଗୁ ଏହି ଭିନ୍ନକ୍ଷମ ପ୍ରାର୍ଥୀ ଅଣୁଶ୍ରଭ ଗନ୍ତାୟତ ୪୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇବା ସହ ଅନ୍ୟ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କୋରାପୁଟର ଡାବୁଗାଁରେ ଅଣୁଶ୍ରଭ ତାଙ୍କ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ପିତାଙ୍କ ନିକଟରେ ରହି ପାଠ ପଢୁଥିଲେ । ପରବର୍ତ୍ତୀ ସମୟରେ ରାଉରକେଲା ଏନ୍‍ଆଇଟିରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବାପରେ ସେ ରାଜ୍ୟ ସିଭିଲ୍‍ ସର୍ଭିସ୍‍ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ମଧ୍ୟ ନିଯୁକ୍ତିରୁ ବଞ୍ôଚତ ହୋଇଥିଲେ । ଏଭଳି ଜଣେ ମେଧାବୀ ଭିନ୍ନକ୍ଷମ ଯୁବକଙ୍କୁ ଆଇନ ସହାୟତା ଦେବାକୁ ଆଗେଇ ଆସିଥିଲେ ଅଭିଜ୍ଞ ଓକିଲ ପ୍ରହଲାଦ ସିଂହ ଓ ଅମୀୟ ଛାଟୋଇ ।

ଜାତିସଂଘର ନିଷ୍ପତ୍ତି କ୍ରମେ କେନ୍ଦ୍ର ସରକାର ସଂସଦରେ ଶାରିରୀକ ଭିନ୍ନକ୍ଷମଙ୍କ ପାଇଁ ୨୦୧୬ ମସିହାରେ ଯେଉଁ ଆଇନ ପ୍ରଣୟନ କରିଥିଲେ ସେଥିରେ ୪୦ ପ୍ରତିଶତ ଓ ତଦ୍ଦୁର୍ଦ୍ଧ୍ୱ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏହି ପ୍ରାର୍ଥୀମାନେ ଯଦି ନିଜ ଦକ୍ଷତା ଓ ଯୋଗ୍ୟତା ବଳରେ ନିଯୁକ୍ତି ପରୀକ୍ଷାରେ ଅଧିକ ନମ୍ବର ରଖନ୍ତି ତେବେ ସେମାନଙ୍କୁ ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଭାବେ ନିଯୁକ୍ତି ଦେବାଲାଗି ମଧ୍ୟ ବ୍ୟବସ୍ଥା ରହିଛି । ତେବେ ଏହି ଆଇନର କାର୍ଯ୍ୟକାରିତା ପାଇଁ ଶାରିରୀକ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରକାଶ କରିଥିବା ଏକ ବିଜ୍ଞପ୍ତିର ତ୍ରୁଟିକୁ ପରେ ସଂଶୋଧନ କରାଯାଇଥିଲେ ମଧ୍ୟ ଲୋକସେବା ଆୟୋଗ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତିକୁ ଗୁରୁତ୍ୱ ଦେଇ ମୂଳ ଆଇନକୁ ଏଡାଇ ଯାଇଥିଲା ।

ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ସରକାରଙ୍କ ନଜରକୁ ଆସିବା ପରେ ଖୋଦ୍‍ ମୁଖ୍ୟ ଶାସନ ସଚିବ ଲୋକସେବା ଆୟୋଗକୁ ଚିଠି ଲେଖି ଅଣୁଶ୍ରଭଙ୍କ ନାମ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ତାଲିକାରେ ଯୋଗ୍ୟତା ଅନୁଯାୟୀ ଯୋଡି ସରକାରଙ୍କ ନିକଟକୁ ପଠାଇବାକୁ କହିଥିଲେ । ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମଧ୍ୟ ଆୟୋଗକୁ ପତ୍ର ଲେଖି ଅଣୁଶ୍ରଭଙ୍କ ପ୍ରାର୍ଥିତ୍ୱ ନକାଟି ଯୋଗ୍ୟତା ଆଧାରରେ ତାଙ୍କ ନାମ ସରକାରଙ୍କ ନିକଟକୁ ନିଯୁକ୍ତି ଲାଗି ସୁପାରିସ କରିବାକୁ କହିଥିଲେ ବି ଆୟୋଗ ଏହାକୁ ଅଣଦେଖା କରିଥିଲା ।

ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ତାଙ୍କ ବିସ୍ତୃତ ରାୟରେ ଅଣୁଶ୍ରଭଙ୍କ ନାମ ଯୋଗ୍ୟତା ତାଲିକାରେ ସ୍ଥାନିତ କରି ୨୦୧୭-୧୮ ବ୍ୟାଚର ପ୍ରାର୍ଥୀ ଭାବେ ୨ମାସ ଭିତରେ ନିଯୁକ୍ତି ଦେବା ଏବଂ ତଦନୁଯାୟୀ ତାଙ୍କୁ ସମସ୍ତ ଚାକିରି ସୁବିଧା ଦେବାଲାଗି କହିଛନ୍ତି । ଆବଶ୍ୟକସ୍ଥଳେ ଏହି ଯୋଗ୍ୟ ବଞ୍ôଚତ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରିବା ଏବଂ ତାଙ୍କୁ ୨ମାସ ମଧ୍ୟରେ ୧ ଲକ୍ଷ ଟଙ୍କା ପ୍ରଦାନ ସହ ହାଇକୋର୍ଟଙ୍କ ରାୟର ଅନୁପାଳନ ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବାକୁ ବିଚାରପତି ଶ୍ରୀ ମିଶ୍ର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ)