ଭୁବନେଶ୍ୱର : ସାମାଜିକ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଭତ୍ତା ପରିମାଣ ବଢାଇବାର କୌଣସି ପ୍ରସ୍ତାବ ସରକାରଙ୍କର ବିଚାରାଧିନ ନାହିଁ । ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।
ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଆମ ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀମାନଙ୍କୁ ବିଭିନ୍ନ ବର୍ଗରେ ମାସିକ ୫୦୦ ଟଙ୍କା, ୭୦୦ ଟଙ୍କା ଓ ୯୦୦ ଟଙ୍କା ହାରରେ ଭତ୍ତା ପ୍ରଦାନ କରାଯାଉଛି । ପଡୋଶୀ ରାଜ୍ୟମାନଙ୍କରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା ବାବଦ ତଥ୍ୟ ବିଭାଗରେ ନଥିବାବେଳେ ଭତ୍ତା ପରିମାଣ ବୃଦ୍ଧି ନିମନ୍ତେ ବର୍ତ୍ତମାନ କୌଣସି ପ୍ରସ୍ତାବ ସରକାରଙ୍କ ନିକଟରେ ନଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)