Home General ବୟସ୍କ ବ୍ୟକ୍ତି ସମ୍ମାନିତ

ବୟସ୍କ ବ୍ୟକ୍ତି ସମ୍ମାନିତ

ଭୁବନେଶ୍ବର : ଆନ୍ତର୍ଜାତୀୟ ବୟସ୍କ ଦିବସ ଉପଲକ୍ଷେ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ପକ୍ଷରୁ ବାଲିଅନ୍ତା ବ୍ଲକର ଜୋହଳ ଗ୍ରାମ ଠାରେ ୧୫ ଜଣ ମହିଳା ସମେତ ୨୩ ଜଣ ବୟସ୍କ ବ୍ୟକ୍ତିଙ୍କୁ ବସ୍ତ୍ର ପ୍ରଦାନ କରି ଅଭିନନ୍ଦିତ କରଯାଇଥିଲା । ପିକକ୍ ର ଜ୍ୟୋତିଶଙ୍କର ମହାନ୍ତି ଓ ପାଣୁ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏହି ଅବସରରେ ଅନ୍ୟ ଏକ କାର୍ଯ୍ୟକ୍ରମ କଞ୍ଚିଲୋ ସ୍କୁଲଠାରେ ଆୟୋଜିତ ହୋଇଥିଲା ଓ ଏଠାରେ ଇନରହ୍ଵିଲ କ୍ଲବ, ଭୁବନେଶ୍ବର ସହାୟତାରେ ପିକକ୍ ଦ୍ଵାରା ବାଲିଅନ୍ତାର ତିରଣପଦା ଓ କଞ୍ଚିଲୋ ଗ୍ରାମର ୨୭ ଜଣ ମହିଳାଙ୍କୁ କମ୍ବଳ ପ୍ରଦାନ କରଯାଇଥିଲା ।

ପିକକ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ଇନରହ୍ଵିଲ କ୍ଲବର ଅଧ୍ୟକ୍ଷା ପ୍ରତିମା ନଳିନୀ ପତି, ଉପାଧ୍ୟକ୍ଷା ସୁରେଖା ସାହୁ, ସମ୍ପାଦିକା ସନ୍ତୋଷିନୀ ପଣ୍ଡା, ଓ ସଦସ୍ୟା ପୁଷ୍ପା ହରିଶ୍ଚନ୍ଦନ, ରିନା ମହାନ୍ତି, ରଞ୍ଜିତା ମିଶ୍ର, ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କୁ କମ୍ବଳ ପ୍ରଦାନ କରି ଆନ୍ତର୍ଜାତୀୟ ବୟସ୍କ ଦିବସ ର ଶୁଭେଚ୍ଛା ଜଣାଇଥିଲେ । ପିକକ୍ ର ଉପମା ମହାନ୍ତି ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।