Home General ବ୍ୟାପକ ତଦନ୍ତ ଦାବି କଲେ ଗଜପତି

ବ୍ୟାପକ ତଦନ୍ତ ଦାବି କଲେ ଗଜପତି

ପୁରୀ : ପୁରୀ ଦଳଚକଟା ମୃତ୍ୟୁ ଘଟଣାରେ ଗଭୀର ମର୍ମାହତ ହେବା ସହିତ ଘଟଣାର ତୁରନ୍ତ ବ୍ୟାପକ ତଦନ୍ତ ପାଇଁ ଦାବି କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ଏକ ପ୍ରେସ ରିଲିଜ ଜାରି କରି ଗଜପତି କହିଛନ୍ତି ଯେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଗତକାଲି ରାତିରେ ଦଳାଚକଟା ଘଟି ତିନି ଜଣ ଭକ୍ତଙ୍କ ଜୀବନ ଯାଇଥିବା ଏବଂ ଅନେକ ଆହତ ହୋଇଥିବା ଖବର ପାଇ ଶ୍ରୀ ଗଜପତି ମହାରାଜା ମର୍ମାହତ ଏବଂ ଗଭୀର ଦୁଃଖିତ।

ଶ୍ରୀ ଗଜପତି ମହାରାଜା ସ୍ୱର୍ଗତ ଆତ୍ମାଙ୍କ ସଦଗତି ପାଇଁ ପ୍ରଭୁଙ୍କ ଚରଣ କମଳରେ ପ୍ରାର୍ଥନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ଶ୍ରୀ ଗଜପତି ମହାରାଜା ଏହି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାର ତୁରନ୍ତ ଏବଂ ବ୍ୟାପକ ତଦନ୍ତ କରିବାକୁ ଏବଂ ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଉପଯୁକ୍ତ ଏବଂ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।